ଏନ୍ ଏଲ ସି କମ୍ପାନୀ ଶ୍ରମିକ ମାନଙ୍କ ଆନ୍ଦୋଳନ ପ୍ରତ୍ୟାହୃତ।
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ଏନ୍ ଏଲ ସି କମ୍ପାନୀ ତଳାବିରା ୨ଓ3 କୋଇଲା ଖଣିରେ ଶ୍ରମିକ ମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି। ପ୍ରକାଶ ଥାଉ କି ଗତ ୧୨ ତାରିଖ ସକାଳ ୧୦ ଘଣ୍ଟା ସମୟରେ ପତ୍ରାପାଲି ଏବଂ ମାଲଦା ଗ୍ରାମପଞ୍ଚାୟତ ର କିଛି ଯୁବକ ନିଯୁକ୍ତି ଦାବିରେ ଖଣିର ସମସ୍ତ କାର୍ଯ୍ଯ ବନ୍ଦ କରିଥିଲେ ଫଳରେ ଗତ ୨୨ତାରିଖ ସକାଳ ୬ ଘଣ୍ଟା ସମୟରୁ ଏନ୍ ଏଲ ସି କମ୍ପାନୀର ଅଧିନସ୍ଥ ସମସ୍ତ କମ୍ପାନୀ ନୋ ୱାର୍କ୍ ନୋ ପେ ନୋଟିସ ଲଗେଇ ଥିଲେ ଫଳରେ ଖଣି ରେ କାର୍ଯ୍ଯ କରୁଥିବା ୧୨୦୦ ଶହ ରୁ ଉର୍ଦ୍ଧ ଶ୍ରମିକ ମାନେ ଟାଏର ଜାଳି ଆନ୍ଦୋଳନ କରି ନାରା ଦେବା ସହ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ମଙ୍ଗଳବାର ଦିନ
ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ର କାର୍ଯ୍ୟକାରୀ ସଭାପତି ବାବଲୁ ରାଉତ ଙ୍କ ନେତୃତ୍ବ ଶହ ଶହ ଶ୍ରମିକ ଙ୍କ ସହ ଏନ୍ ଏଲ ସି ସି ଜି ଏମ ଚିଡ଼କୁ ଦୟାନନ୍ଦ,ଅଦାନୀ ର ମୂଖ୍ଯ ନୋବଲ ଶର୍ମା ଏବଂ ଅନ୍ଯାନ୍ଯ ଆଧିକାରୀ ଉପସ୍ଥିତ ରହି ତ୍ରିପାକ୍ଷିକ
ଆଲୋଚନା କରାଗଲା ପରେ ନୋ ୱାର୍କ ନୋ ପେ
ଉଛେଦ ହୋଇଥିଲା ଓ ବନ୍ଦ ସମୟର ସମସ୍ତ ଶ୍ରମିକ ମାନଙ୍କ ଦରମା ପ୍ରଦାନ କରାଯିବ ବୋଲି ପ୍ରତିଶୁତି ଦେଲା ପରେ ଶ୍ରମିକ ମାନେ ନିଜ ନିଜର କାର୍ଯ୍ଯରେ ଅପରାହ୍ନ ୪ ଘଣ୍ଟା ସମୟରୁ ଯୋଗ ଦେଇଥିଲେ।

