ଶତାଧିକ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ କଲେ ସାମାଜିକ କର୍ମୀ
ଜମନକିରା : କୁଚିଣ୍ଡା ନିକଟସ୍ଥ ବି.ଜମନକିରା ଠାରେ ଶତାଧିକ ନିସହାୟ ବୃଦ୍ଧ,ବୃଦ୍ଧା, ବିଧବା ଓ ମାନସିକ ଅନଗ୍ରସର ଲୋକଙ୍କୁ ଶତାଧିକ ସଂଖ୍ୟାରେ ଶୀତବସ୍ତ୍ର ବଣ୍ଟନ କରାଯିବ ସହ ବିଶିଷ୍ଟ ସମାଜସେବୀ ଓ ସ୍ବାଧିନତା ସଂଗ୍ରାମୀ ଠକ୍କର ବାପାଙ୍କ ଜୟନ୍ତୀ ଉପଲକ୍ଷେ ସ୍ମୁତି ଚାରଣ କରାଯାଇଥିଲା। ଗଡ୍ସ ପାୱାର ଏଣ୍ଡ ବ୍ଲେଶିଙ୍ଗସ ମିନୀଷ୍ଟ୍ରି ସ୍ୱେଚ୍ଛା ସେବୀ ଅନୁଷ୍ଠାନର ସଭାପତି ପାମୋଡ ରୋଡ଼ିଦାସଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ବିମଳ ମେହେର ସଂଯୋଜନା କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ କୁଚିଣ୍ଡା ଉପଜିଲ୍ଲାପାଳ ସର୍ବନନ୍ ସି, ସମ୍ମାନିତ ଅତିଥି ଭାବେ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଓ ମୁଖ୍ୟବକ୍ତା ଭାବେ ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିଶାନ ଯୋଗଦେଇ ଶୀତବସ୍ତ୍ର ବାଣ୍ଟିବା ସହ ଠକ୍କର ବାପାଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରଭାତ ବେହେରା, ଏଡଭୋକେଟ ଶାନ୍ତନୁ କାଲୋ, ଖବରଦାତା ସଞ୍ଜୟ ମିଶ୍ର, ଗଜେନ୍ଦ୍ର ଭୋଇ, ନାଏବ ସରପଞ୍ଚ ଉଷ ବହଳ ପ୍ରମୁଖ ସାମାଜିକ କର୍ମୀଗଣ ଶୀତବସ୍ତ୍ର ବାଣ୍ଟିବା ସହ ଅନୁଷ୍ଠାନର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଅତିଥି ସୁବାସଙ୍କୁ ଠକ୍କର ବାପା ସ୍ମୁତି ଉଦ୍ଦେଶ୍ୟରେ ସମ୍ମାନିତ କରିଥିବା ବେଳେ ଅନ୍ୟ ଅତିଥି ମାନଙ୍କୁ ମଧ୍ୟ ଉପଢୌକନ ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା।

