Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଶୋରୀ ବାଳିକାମାନଙ୍କ ପାଇଁ ଲିଙ୍ଗିକ ଓ ପ୍ରଜନନ ସ୍ୱାସ୍ଥ୍ୟ ଓ ଅଧିକାର ପ୍ରଶିକ୍ଷଣ ଶିବିର

ଜମନକିରା : ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ କଂସର ପଞ୍ଚାୟତ ଅନ୍ତର୍ଗତ ୨ ଲଟି ସ୍କୁଲରେ ୪ ଟି ପର୍ଯ୍ୟାୟରେ କିଶୋରୀ ବାଳିକାମାନଙ୍କ ପାଇଁ ଲିଙ୍ଗିକ ଓ ପ୍ରଜନନ ସ୍ୱାସ୍ଥ୍ୟ ଓ ଅଧିକାର ବିଷୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତିଳେଇବଣି ବ୍ଲକର ଦୁଧିଆନାଲି ଉଚ୍ଚ ବିଦ୍ୟାଳୟ ଓ ଜାମୁନାଲି ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଏହା ଅନୁଷ୍ଠିତ ହୋଇଥିଲା। ସିଡ଼ି ସ୍ନେହା ପ୍ରକଳ୍ପ ଅଧୀନରେ କିଶୋରୀ ବାଳିକା ମାନଙ୍କ ପ୍ରଜନନ ସ୍ୱାସ୍ଥ୍ୟ ପାଇଁ ଦାୟିତ୍ୱ, କର୍ତ୍ତବ୍ୟ, ସଚେତନତା ଓ ସତର୍କତା ଉପରେ ବିଶେଷ ପ୍ରଶିକ୍ଷଣ ଦିଆଯାଇଥିଲା। ତାଲିମଦାତା ଡାକ୍ତର ରାଜାରାମ ଷଡ଼ଙ୍ଗୀ କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟ କେତେ ଗୁରୁତ୍ୱପୂର୍ଣ୍ଣ ଓ ପରିବାର ଗଠନ ପାଇଁ ଜଣେ କିଶୋରୀ ବାଳିକାଙ୍କୁ କେତେ ନିଷ୍ଠା ଓ ସତର୍କତା ସହିତ ଜୀବନ ଧାରଣ କରିବାକୁ ପଡିଥାଏ ସେ ସମ୍ପର୍କରେ ବୁଝାଇବା ସହିତ ପ୍ରଜନନ ସ୍ୱାସ୍ଥ୍ୟ ସତର୍କତା ଉପରେ ସମସ୍ତେ ଗୁରୁତ୍ୱ ଦେବାକୁ କହିଥିଲେ। ଋତୁସ୍ରାବ ପରବର୍ତ୍ତୀ ସମୟରେ ମା” ହେବାର ଗାରିମା କେତେ ମୂଲ୍ୟବାନ ତାହାକୁ ବୁଝାଇ ମା” ହେବାର ବୟସ କେତେ ବର୍ଷ ପରେ ହେବା ଉଚିତ ସ୍ୱାସ୍ଥ୍ୟ ବିଜ୍ଞାନ କଣ କହୁଛି ସେ ବିଷୟରେ ମଧ୍ୟ ଧାରଣା ଦେଇଥିଲେ। ଏହା ସହ ପ୍ରଜନନ ସ୍ୱାସ୍ଥ୍ୟ ଅଧିକାର କଣ ଓ ଏଥିପାଇଁ କଣ ସବୁ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ ସେ ବିଷୟରେ ବୁଝାଇ ସୁସଂଗଠିତ ପରିବାର ଗଠନ ପାଇଁ ନିଜର ଦାୟିତ୍ୱ, କର୍ତ୍ତବ୍ୟ ଓ ଅନୁଶାସନ ପାଳନ ବିଷୟରେ ତାଲିମ ପ୍ରଦାନ କରିଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରୋଜେକ୍ଟ କୋଅର୍ଡିନେଟର ସଂସାର ବାଗ ପରିଚାଳନା କରିଥିବା ବେଳେ ସ୍ନେହା ପ୍ରକଳ୍ପ କ୍ଲଷ୍ଟର ସଂଯୋଜକ ଯୋଗେଶ୍ୱରୀ, ମୋନାଲିସା ଭାଗିରଥ ମନୋହର ସଂଚାଳନ କରିଥିଲେ। ଶିକ୍ଷାର୍ଥୀ ମାନେ ଏହି ବିଷୟକୁ ଗୁରୁତର ଭାବେ ଗ୍ରହଣ କରି ନିଜର ଆଚାର ବ୍ୟବହାର ଓ ସାମାଜିକ ଦାୟିତ୍ୱ ପ୍ରତି ସଚେତନ ରହି ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ରହିବାକୁ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ