Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସର ପ୍ରାପ୍ତ ଶିକ୍ଷକ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ରେଙ୍ଗାଲି ବ୍ଲକ ଲଇଡା ଅଞ୍ଚଳର ଜଣେ ଆଦର୍ଶ ଶିକ୍ଷକ ମନୋଜ କୁମାର ନାଏକ ଙ୍କ ବିୟୋଗରେ ଆଜି ତାଙ୍କ ବାସ ଭବନରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦିନବନ୍ଧୁ ପଟେଲ ଙ୍କ ସଭାପତିତ୍ବରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ସମାଜସେବୀ ତଥା ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ,ଅବସର ପ୍ରାପ୍ତ ପ୍ରାଧ୍ୟାପକ ବିନୋଦ ବିହାରୀ ପଟେଲ ,ଅଘରିଆ ସମାଜ ଲଇଡ଼ା ଅଞ୍ଚଳର ସଭାପତି ବିନୟ ଚୌଧୁରୀ, ଅବସର ପ୍ରାପ୍ତ ଶିକ୍ଷକ ହିମାଦ୍ରି ପଟେଲ ,ଅବସର ପ୍ରାପ୍ତ ରାଜ୍ୟ ପୁରସ୍କୃତ ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପଟେଲ ,ସଦ୍ୟ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ପଙ୍କଜିନି ନାୟକ ,ସ୍ଵର୍ଗତ ନାଏକ ଙ୍କ ପୁଅ ଓ ଝିଅ ଲିଙ୍କନ ନାଏକ, ଲିଙ୍କିତ ନାଏକ ଓ ଅଙ୍କିତା ନାଏକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।ବକ୍ତା ଗଣ ସ୍ବର୍ଗତ ମନୋଜ ଙ୍କ ଶିକ୍ଷକତା ସହ ସି. ଆର୍. ସି.ସି,. ଭାବରେ କରିଥିବା କାର୍ଯ୍ୟ ଗୁଡ଼ିକର ସ୍ମୁତି ଚାରଣ କରିଥିଲେ ।ସ୍ଵର୍ଗତ ଆତ୍ମାର ସଡଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶତାଧିକ ଗ୍ରାମବାସୀ ଓ ବନ୍ଧୁ ବାନ୍ଧବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଶେଷରେ ଇଞ୍ଜିନିୟର ମୌସମ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ