ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ; ବିଦ୍ୟାଳୟ ପରିସର ହିଁ ପ୍ରତିଭା ଚିହ୍ନଟର ଦ୍ୱାର ଦେଶ
ଜମନକିରା : ଶିଶୁ ମାନଙ୍କ ପ୍ରତି ମା ଙ୍କ ପରି ଗୁରୁଙ୍କ ମଧ୍ୟ୍ୟ ଦାୟିତ୍ୱ ରହିଛି। ବିଦ୍ୟାଳୟ ପରିସର କେବଳ ଶିକ୍ଷାର ମାଧ୍ୟମ ନୁହେଁ,ବରଂ ଶିଶୁକୁ ସୁସ୍ଥ ଓ ସମୃଦ୍ଧଶୀଳ ଭାବେ ଗଢି ପ୍ରତିଭା ଅନ୍ୱେଷଣ ଦ୍ୱାରା ବିକାଶର ବାଟ ଫିଟିଥାଏ। ଯାହାକି ନୂତନ ଶିକ୍ଷା ନୀତିର ମାଧ୍ୟ୍ୟମ ବୋଲି ବକ୍ତା ମାନେ କହିଛନ୍ତି। ଶନିବାର ଜୁଯୁମୁରା ବ୍ଲକ ଡ଼ଙ୍ଗରପଡା ପଞ୍ଚାୟତ ରେ ଥିବା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ଆୟୋଜିତ ସଭାରେ ପଡ଼ିଆବାହାଲ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଲୋକନାଥ ପ୍ରଧାନ ମୁଖ୍ୟଅତିଥି, ଅଧ୍ୟାପକ ଯତୀନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଓ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଓ ସ୍କୁଲର ପରିଚାଳନା କମିଟି ସଭାପତି ମନୋରଞ୍ଜନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ଜୟରାମ ଖମାରୀ ସଭାରେ ଅଧ୍ୟକ୍ଷତା କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହାକୁ ହିନ୍ଦୀ ଶିକ୍ଷକ ମହେନ୍ଦ୍ର ମିଶ୍ର ସଂଯୋଜନା କରିଥିଲେ। ଏହି ଅବସରରେ ବିଭିନ୍ନ କୃତୀ ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ପଲ୍ଲବୀ ବାଗ ଙ୍କ ସଂଯୋଜନାରେ ସ୍କୁଲର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

