ବାହା ହେବାକୁ କହିବାରୁ; ପ୍ରେମିକାଙ୍କୁ ଛୁରି ଭୁସି ଚତୁର୍ଥ ମହଲାରୁ ଡେଇଁପଡ଼ିଲେ ପ୍ରେମିକ
କୋଲକାତା,୧୮|୧୨: କୋଲକାତାରେ ଏକ ନିର୍ମମ ହତ୍ୟାକାଣ୍ଡ ହୋଇଛି | ଏହି ଘଟଣା ଘଟିଛି ସେଣ୍ଟ୍ରାଲ କୋଲକାତାର ପୋଷ୍ଟା ଅଞ୍ଚଳରେ। ପ୍ରେମିକାଙ୍କୁ ନିର୍ମମ ଭାବେ ହତ୍ୟା କରିଛି ପ୍ରେମିକ! | ଗତ ମଙ୍ଗଳବାର ସକାଳ ପ୍ରାୟ ୮.୧୫ ଆଡେ ୩୫ ବର୍ଷୀୟ ବ୍ୟକ୍ତି ଭିକି ଶର୍ମା ଏକ ଘରେ ପ୍ରବେଶ କରି ତାଙ୍କ ୨୮ ବର୍ଷୀୟ “ପ୍ରେମିକା”ଙ୍କୁ ଛୁରୀରେ ଭୁସି ହତ୍ୟା କରିଥିଲେ | ଏବଂ ହତ୍ୟା କରିବା ପରେ ନିଜେ ଚତୁର୍ଥ ମହଲା ବାଲକୋନିରୁ ତଳକୁ ଡେଇଁ ପଡ଼ିଥିଲେ | ଜଗମୋହନ ମୁଲ୍ଲିକ ଲେନର ବାସିନ୍ଦା ଭିକି ଶର୍ମାଙ୍କୁ ଗୁରୁତର ଅବସ୍ଥାରେ ପାଖରେ ଥିବା ଏକ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ସେପଟେ ଭିକିଙ୍କ ଛୁରି ଦ୍ୱାରା ଗୁରୁତର ଆହତ ହୋଇଥିବା ମହିଳା ଶିଖା ସିଂହ ଅବସ୍ଥା ମଧ୍ୟ ସଙ୍କଟାପର୍ଣ୍ଣ ରହିଛି | ତେବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୋଲିସର କହିବା ଅନୁସାରେ, ଆଜକୁ ଦୁଇବର୍ଷ ପୂର୍ବରୁ ଶିଖାଙ୍କ ସ୍ୱାମୀ ମୃତ୍ୟୁବରଣ କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ, ସେ ତାଙ୍କ ଦୁଇ ପିଲାଙ୍କ ସହିତ ପୋଷ୍ଟାର ଶିବଠାକୁର ଲେନ୍ ଅଞ୍ଚଳରେ ଭଡ଼ାରେ ରହୁଥିଲେ। ସେ ଟେଲରିଂ କାମ କରି ନିଜର ସଂସାର ଚଳାଉଥିଲେ | ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଶିଖା ତାଙ୍କ ସ୍ୱାମୀ ଜୀବିତ ଥିବା ସମୟରେ ଭିକିଙ୍କୁ ଭେଟିଥିଲେ, ଏବଂ ପଡ଼ୋଶୀମାନେ ଭିକିଙ୍କୁ ପ୍ରାୟ ଦୁଇଥର ସେମାନଙ୍କ ଘରକୁ ଆସିବାର ଦେଖିଛନ୍ତି। ଏତେ ସବୁ ପରେ ବି, ସେମାନଙ୍କ ସମ୍ପର୍କ ବିଷୟରେ କେହି କିଛି ଜାଣି ନଥିଲେ। କିଛି ମାସ ପୂର୍ବେ, ଶିଖା ଭିକିଙ୍କ ସମ୍ପର୍କ ଆଗକୁ ବଢିଥିଲା | ସେମାନଙ୍କ କହିଛନ୍ତି, ଗତ କିଛି ଦିନ ତଳେ, ସ୍ଥାନୀୟ ଲୋକମାନେ ଶିଖାଙ୍କ ବିଷୟରେ ଭିକିଙ୍କୁ ଅପମାନଜନକ ମନ୍ତବ୍ୟ ଦେଉଥିବାର ଶୁଣିଥିଲେ ।
ତେବେ ମଙ୍ଗଳବାର ଦିନ ସକାଳ ସମୟରେ ଶିଖା ଛୁଆଙ୍କୁ ସ୍କୁଲ ଛାଡ଼ିବା ପରେ ଘରେ ଏକା ଥିବା ସମୟରେ ହଠାତ ତାଙ୍କ ଘର ଭିତରକୁ ପଶିଆସିଥିଲେ ଭିକି। ସେ କବାଟକୁ ଭିତରୁ ପଟ ବନ୍ଦ କରି ଶିଖାଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ। ବାରମ୍ବାର ଛୁରି ଭୁସିବା ପରେ ନିଜେ ଚତୁର୍ଥ ମହଲାରୁ ଡେଇଁ ପଡ଼ିଥିଲେ। ଘଟଣା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲରେ ହିଁ ଭିକିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି। ତେବେ ତଦନ୍ତର ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡ଼ିଛିଯେ, ଶିଖା ଭିକିଙ୍କୁ ବିବାହ କରିବାକୁ ଜିଦ୍ ଧରିଥିବାରୁ ରାଗରେ ଭିକି ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ଛୁଆ ୨ ଜଣଙ୍କୁ ଶିଖାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଯଦି ଶିଖାଙ୍କ ପରିବାର ଛୁଆଙ୍କ ଦାୟିତ୍ବ ନେବାକୁ ମନା କରିବେ ତେବେ ୨ ଛୁଆଙ୍କୁ ବାଳାଶ୍ରମକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ରହିଛି |

