Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭା ସରସ୍ୱତୀ ଶିଶୁ ମନ୍ଦିରରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ

ତରଭା: ସରସ୍ୱତୀ ଶିଶୁ ମନ୍ଦିରରେ ମେଧାବୀ ଅଭିନନ୍ଦନ ତରଭା ସରସ୍ୱତୀ ଶିଶୁ ମନ୍ଦିରରେ ବୁଧବାର ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗତ ମ୍ୟାଟ୍ରିକ ପରୀକ୍ଷାରେ ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖି ପାସ କରିଥିବା ୯ ଭାଇ ଭଉଣୀ ଓ ୯୦ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ପାଇଁ ସୁନାମ ଆଣିଦେଇଥିବା ଭଉଣୀ ପ୍ରମିଳା ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅଭିନନ୍ଦନ କାର୍ଯ୍ୟକ୍ରମରେ ଏବିଇଓ ସତ୍ୟନାରାୟଣ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟପ୍ରକାଶ ନାରାୟଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପରିଚାଳନା ସମିତିର ସଭାପତି ଆନନ୍ଦ ପ୍ରକାଶ ଅଗ୍ରୱାଲ,ସମ୍ପାଦକ ଲଷ୍ମଣ ରଣା,କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ଶର୍ମା,ଆଚାର୍ଯ୍ୟ, ଗୁରୁମା ଓ ଛାତ୍ରଛାତ୍ରୀଙ୍କ ପିତା ମାତା ଉପସ୍ଥିତ ଥିଲେ।