Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବ ଦାସ ହତ୍ୟା ମାମଲା; ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ବହୁଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା। ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ା ସ୍ଥିତ ଜେଏମଏଫସି କୋର୍ଟରେ ଚାର୍ଜସିଟ୍ କ୍ରାଇମବ୍ରାଞ୍ଚ ଦାଖଲ କରିବା ନେଇ ଜଣାପଡ଼ିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ପୋଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସ। ଗୋପାଳ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସମସ୍ତ ଉଦ୍ୟମ ଜାରି ରଖିଛି କ୍ରାଇମବ୍ରାଞ୍ଚ । ସମସ୍ତ ପ୍ରକାର ପ୍ରମାଣ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ଏକ ଚାର୍ଜସିଟ୍ ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ। ଯାହାକୁ ଆଜି କ୍ରାଇମବ୍ରାଞ୍ଚ କୋର୍ଟରେ ଦାଖଲ କରିପାରେ ବୋଲି ଜଣାପଡ଼ିଛି।

ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ନବ ଦାସଙ୍କ ହତ୍ୟା ପରେ ଖାଲି ପଡ଼ିଥିବା ଆସନ ପୁରଣ ପାଇଁ ନିକଟରେ ଛାରସୁଗୁଡା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିପୁଳ ଭୋଟରେ ବିଜୟ ଲାଭ କରି ନୂଆ ବିଧାୟିକା ଭାବେ ବାପା ନବ ଦାସଙ୍କ ନାଁ ରଖିଥିଲେ ଝିଅ ଦୀପାଳି ଦାସ।