Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରିଲା ଶିବ ପାର୍ବତୀଙ୍କ ଦିବ୍ୟ ବିବାହ; ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର

ସମ୍ବଲପୁର: ଆଜି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଚଳଚଞ୍ଚଳ ସମ୍ବଲପୁର ସହର। ସରିଲା ଶିବ ପାର୍ବତୀଙ୍କ ଦିବ୍ୟ ବିବାହ । ଆଜି ଅନୁଷ୍ଠିତ ହେବ ଯୁଗଳ ମୂର୍ତ୍ତି ଶୋଭାଯାତ୍ରା । ଗତକାଲି ଶିବ ବିବାହ ନେଇ ଉତ୍ସବମୂଖର ହୋଇଉଠିଥିଲା ସମଗ୍ର ସହର। ଶିବ ପାର୍ବତୀଙ୍କ ବାହାଘର ନେଇ ବେଶ୍‌ ଉତ୍ସାହିତ ଥିଲେ ବର ଓ କନ୍ୟା ଘର ଲୋକ। ସଂଧ୍ୟାରେ ମାତା ପାର୍ବତୀଙ୍କୁ ବିଭିନ୍ନ ଅଳଙ୍କାର ଆଭୂଷଣରେ ଭୂଷିତ କରି କନ୍ୟା ବେଶରେ ସଜ୍ଜିତ କରାଯାଇଥିଲା । ଏହାପରେ ବର ବେଶରେ ସଜେଇ ହୋଇ ମହାଆଳତୀ ପରେ କନ୍ୟା ଘର ଅଭିମୁଖେ ବାହାରିଥିଲା ବରଯାତ୍ରୀ ଶୋଭାଯାତ୍ରା । ଆଜି ବିବାହ ବେଦୀରେ ଦର୍ଶନ ଦେଉଛନ୍ତି ନବ ଦମ୍ପତି ।

ବିଭିନ୍ନ ପଡ଼ାରୁ ବରଯାତ୍ରୀ ଶୋଭାଯାତ୍ରା ବାହାରିଥିଲା। ଏହାଛଡ଼ା ଶୋଭାଯାତ୍ରାରେ ଶବର ନାଚ, କେରଳର କାନ୍ତାରା ନୃତ୍ୟ, କାଳି ନାଚ, ଅଘୋରି ନାଚ, ଡମ୍ବରୁ ନାଚ, ମୁଦିପଡ଼ାରେ ଗଂଜାମର ଯୋଡ଼ିଶଂଖ, କିନ୍ନର ନୃତ୍ୟ, ଠାକୁରପଡ଼ାର କଣ୍ଢେଇ ନାଚ ଆଦି ବରଯାତ୍ରୀ ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା। ଏହି ବରଯାତ୍ରୀ ଶୋଭାଯାତ୍ରାରେ ବରପିତା ଓ ଯାତ୍ରା କମିଟି ସଦସ୍ୟଙ୍କ ସମେତ ହଜାର ହଜାର ଭକ୍ତ ସାମିଲ ହୋଇଥିଲେ।