Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି; ଏଭଳି କହିଲେ ମୁଖ୍ୟ ପ୍ରଶାସକ

Oplus_16908288

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗନ୍ନାଥଙ୍କ ସ୍ଥାନରେ ବଳଭଦ୍ର ଓ ବଡ଼ଠାକୁରଙ୍କ ଜାଗାରେ ଜଗାକୁ ନେଇ ଜଗନ୍ନାଥପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

କ୍ୟାଲେଣ୍ଡର ତ୍ରୁଟି ସମ୍ପର୍କରେ ସ୍ପଷ୍ଟୀକରଣ ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଏହା ଏକ ପୁରୁଣା ତାଳପତ୍ର ଚିତ୍ର। କ୍ୟାଲେଣ୍ଡରରେ ଯେଉଁ ଫଟୋରେ ତ୍ରୁଟି ରହିଛି ସେନେଇ ତର୍ଜମା କରାଯାଉଛି। ଯଦି ତ୍ରୁଟି ବିଚ୍ୟୁତି ଥିବ ତାହାର ସଂଶୋଧନ କରାଯିବ।କ୍ୟାଲେଣ୍ଡରରେ ବ୍ୟବହୃତ ଚିତ୍ର ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ୩୦୦-୪୦୦ ବର୍ଷ ପୁରୁଣା ତାଳପତ୍ର ଚିତ୍ର ଉପରେ ଆଧାରିତ। ତେବେ ଚିତ୍ର ଶିଳ୍ପୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଚିତ୍ର କେବଳ କ୍ୟାଲେଣ୍ଡରରେ ସ୍ଥାନିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ