Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଚଣ୍ଡ ଖରା; ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱର ଓ ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ

ଭୁବନେଶ୍ବର: ଆଜି ବି ପ୍ରଚଣ୍ଡ ଖରା। ଖରାରେ ସିଝୁଛି ସାରା ରାଜ୍ୟ। ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱର ଓ ସମ୍ବଲପୁର ତାପମାତ୍ରା ୩୯ ଡିଗ୍ରୀ ଟପିଲା। ଭୁବନେଶ୍ବରରେ ଓ ସମ୍ବଲପୁରରେ ଦିନ ୧୧.୩୦ ସୁଦ୍ଧା ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ ହୋଇଛି ।

ସେହୀପରି ଝାରସୁଗୁଡ଼ାରେ ୩୮.୪ ଡିଗ୍ରୀ, ହୀରାକୁଦରେ ୩୭.୪ ଡିଗ୍ରୀ, ଚାନ୍ଦବାଲିରେ ୩୫.୬ ଡିଗ୍ରୀ, କେନ୍ଦୁଝରରେ ୩୫ ଡିଗ୍ରୀ, ବାଲେଶ୍ୱରରେ ୩୫ ଡିଗ୍ରୀ, ପୁରୀରେ ୩୩ ଡିଗ୍ରୀ, ପାରାଦୀପରେ ୩୩.୪ ଡିଗ୍ରୀ, ଗୋପାଳପୁରରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଆଗକୁ ତାତି ଆହୁରି ବଢିବ। ଆଗାମୀ ୫ ଦିନ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories