ସଇଡା ସ୍ୱାଧୀନ କ୍ଲବ ପକ୍ଷରୁ ରାତ୍ରୀ କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
 
        ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନଏସି ଅନ୍ତର୍ଗତ ସଇଡା ଗାଁରେ ସ୍ଥାନୀୟ ସ୍ୱାଧୀନ କ୍ଲବ ପକ୍ଷରୁ ରାତ୍ରୀ କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ଯୋଗଦେଇ ଫିତା କାଟି ଖେଳକୁ ଉଦଘାଟନ କରିଥିବା ବେଳେ କମିଟି ପକ୍ଷରୁ ବିଜୁ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, କାଉନସିଲର କ୍ଷୀରୋଦ ଚିଲ ଏବଂ ସାମ୍ବାଦିକ ଗଗନ ଶର୍ମା ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଦୁଇ ରାତ୍ରୀ ବିଶିଷ୍ଟ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ରାଉଣ୍ଡରେ ପତ୍ରlପାଲି କ୍ଲବ ଫାଇନାଲ କୁ ଉନ୍ନୀତ ହୋଇଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଅଠର ଗୋଟି ଦଳ ଅଂଶ ଗ୍ରହଣ କରିଥିବା ସୂଚନା ମିଳିଛି।


 
                        
 
                                 
                                 
                                 
                                 
                                