ଡିପ୍ଲୋମା ଛାତ୍ର ଙ୍କୁ ଛୁରୀ ଦେଖାଇ ଲୁଟ। ନାବାଳକ ସହ 3 ଗିରଫ।
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ରେଙ୍ଗାଲି ବାବା ବନ୍ଧ ନିକଟରେ ଜଣେ ଡିପ୍ଲୋମା ଛାତ୍ର ଙ୍କୁ ଛୁରୀ ଦେଖାଇ ଲୁଟ ଘଟଣା ରେ ନାବାଳକ ସହ 3 ଗିରଫ ହୋଇଥିବାର ଜଣାପଡିଛି। ସୂଚନାଯୋଗ୍ୟ ଦିନେଶ ବରିହା ରେଙ୍ଗାଲି ସରକାରୀ ଡିପ୍ଲୋମା କଲେଜ ରେ ଦ୍ୱିତୀୟ ବର୍ଷ ର ଛାତ୍ର ଅଟନ୍ତି। ସେ ଗତ 4 ତାରିଖ ଦିନ ସନ୍ଧ୍ୟା 4 ଟା ସମୟରେ ରେଙ୍ଗାଲି କଲେଜ ଛକ ରୁ ହଷ୍ଟେଲ କୁ ଯାଉଥିବା ବେଳେ ରେଙ୍ଗାଲି ବାବା ବନ୍ଧ ନିକଟରେ ରେଙ୍ଗାଲି ଥାନା ଝୁରିପଡ଼ାର ଆକାଶ କଣ୍ଟା (୨୩) ଚାଉଳଢିପୋ ର ଆକାଶ ମୁଣ୍ଡା (୨୧) , ଓ ଜଣେ ନାବାଳକ ଦିନେଶ ଙ୍କୁ ଅଟକାଇ ପାଖରେ ଯାହା ଅଛି ଦେବା ପାଇଁ କହିଥିଲେ କିନ୍ତୁ ସେ ତାହା ଦେବାକୁ ମନା କରିଦେଇଥିଲେ। ତା’ପରେ ଅଭିଯୁକ୍ତମାନେ ତାଙ୍କୁ ଏକ ଛୁରୀ ଦେଖାଇଲେ ଯାହା ପାଇଁ ସେ ଭୟଭୀତ ହୋଇଗଲେ। ଏହା ପରେ ସେମାନେ ତାଙ୍କଠାରୁ ଗୋଟିଏ ଆକାଶ ନୀଳ ରଙ୍ଗର OPPO ମୋବାଇଲ୍ ଫୋନ୍ ନଗଦ ୨୫୦୦/- ଟଙ୍କା ଗୋଟିଏ ରୂପା ଚେନ୍ ଗୋଟିଏ ରୂପା ବ୍ରେସଲେଟ୍ ଏବଂ ଏକ କଳା ରଙ୍ଗର ଏୟାରବଡ୍ ଲୁଟ୍ କରି ନେଇଥିଲେ। ଏନେଇ ଦିନେଶ ରେଙ୍ଗାଲି ଥାନା ରେ ଅଭିଯୋଗ କରିବାରୁ ପୋଲିସ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ପାଖରୁ ପୋଲିସ ଲୁଟ ହୋଇଥିବା ସାମଗ୍ରୀ ସହ ଏକ ଚୁରି ଜବତ କରିଛି। ଅଭିଯୁକ୍ତ ଙ୍କୁ ଗୀରଫ କରି କୋର୍ଟ ଚାଲାଣ କରାଯାଇଛି।

