କୋକସରା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଦ୍ଵିତୀୟ ସନ୍ଧ୍ୟା,କବିତା ପାଠୋତ୍ସବ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଳେ ଦର୍ଶକ।
କଳାହାଣ୍ଡି/୦୮/୦୧
କଳାହାଣ୍ଡି ଜିଲ୍ଲା ର ସଂସ୍କୃତି ପରମ୍ପରା ଓ ଲୋକକଳା ର ମହାମିଲନ କଳାହାଣ୍ଡି କୋକସରା ବ୍ଲକ ସ୍ତରୀୟ ଗୁଡ଼ହାଣ୍ଡି ଉତ୍ସଵ ଦ୍ଵିତୀୟ ଦିନ ରେ ଅଧ୍ୟାପକ ମୋହନ ଚରଣ ବିଶି ଙ୍କ ଅଧ୍ୟକ୍ଷତାରେ କବି ସମ୍ବିଳନୀ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।କୋକସରା ବ୍ଲକ ର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ କବି ମାନେ ନିଜର ଲିଖିତ କବିତା ପାଠୋତ୍ସବ କରିଥିଲେ। ଏହି ଅବସରରେ କବି ମାନଙ୍କୁ ଉତ୍ସଵ କମିଟି ପକ୍ଷରୁ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୂଖ୍ୟ ବକ୍ତା ଅଧ୍ୟାପକ ଅଶ୍ବିନୀ ପଟ୍ଟନାୟକ, ଆଲୋଚକ ଶିକ୍ଷାବିଦ ମୀନ କେତନ ପ୍ରଧାନୀ, ଶିକ୍ଷକ ସୁଧିର କୁମାର ପଣ୍ଡା ଋତୁରାଜ ମାଝୀ,ପଞ୍ଚାୟତ ସମିତି ର ଜନ ପ୍ରତିନିଧି ମାନେ ଉପସ୍ଥିତ ରହି ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ। କବିତା ସଂଯୋଜକ ଭାବେ ଭାଗିରଥି ସାଗର, ୟୋଶୋଧାରା ବାଗ,ଅର୍ଜୁନ ବାଗ ସମେତ ମମତା ରଣା,ସୁମିତ୍ରା ଗହୀର,ତୁଳେନ୍ଦ୍ରୀ ବାରିକ,ରିଖିରାମ ମେହେରସହଯୋଗ କରିଥିଲେ।
ଦ୍ଵିତୀୟ ସନ୍ଧ୍ୟାରେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ମୁଖ୍ୟ ବକ୍ତା ଭାବେ ଅନମୋଲ ଅଙ୍କିତା, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, କୋକସରା ବିଡ଼ିଓ ଡ଼ ହିମାଞ୍ଚଲ ମାଝୀ,ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ,ପ୍ରମୁଖ ଉପସ୍ଥିତ ରହି କଳାହାଣ୍ଡି ଉତ୍ସଵ ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କଳାହାଣ୍ଡି ର ପରମ୍ପରା, ଲୋକ ସଂସ୍କୃତି କୁ ଉଜ୍ଜୀବିତ ରଖିବାକୁ ମତ ଦେଇଥିଲେ। ଏହି ଅବସରରେ ଜବାହାର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା,ଓପିଏସଇ ପାଇଥିବା ହିମାଂଶୁ ନାଏକ,କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରୁ ଇତିହାସ ସମ୍ମାନ ରେ ଟପ୍ପର ଛାତ୍ରୀ ଦୀପାରାଣୀ ନାଗ, ଯୁବ କଳାକାର ଚତୁର ନାଏକ, ଯୁବ ମହିଳା ଖେଳାଳି କଲ୍ୟାଣି ବାଗ, ସୁରଭି ଶିଶୁ ମହୋତ୍ସବ ରେ ରାଜ୍ୟ ସ୍ତରୀୟ ଅଂଶଗ୍ରହଣ ପାଇଁ ଛାତ୍ରୀ ଅଙ୍କିତା ପଟ୍ଟନାୟକ ଙ୍କୁ ଉତ୍ସଵ କମିଟି ପକ୍ଷରୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।।ପରିଶେଷରେ ଉପଖଣ୍ଡ।ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ମଞ୍ଚ ପରିଚଳନା ରେ ଅଧ୍ୟାପକ ମୋହନ ଚରଣ ବିଶି, ଶିକ୍ଷକ ଦେବାନନ୍ଦ ରାଉତ, କ୍ଷୀରସିନ୍ଧୁ ବାଣୁଆ,ପଙ୍କଜ ମୁଖ ଚୌଧୁରୀ, ଶିକ୍ଷୟିତ୍ରୀ ଯଶୋଧରା ବାଗ, ଛାତ୍ରୀ ଅନ୍ୱେଷାଶ୍ରୀଷ୍ଟି ପଣ୍ଡା,ଅନନ୍ୟା ଚିନ୍ଦା,ଅର୍ପିତା ପଟ୍ଟନାୟକ ସହଯୋଗ କରିଥିଲେ।ପରେ ଜିଲ୍ଲା କଳାକାର ସମେତ ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡିଶାର କଳାକାର ଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକ ଙ୍କୁ ବିମୋହିତ କରିଥିଲା।

