Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟାଇଗର ଗ୍ରୁପ ପକ୍ଷରୁ ମେଗା ରକ୍ତ ଦାନ ଶିବିର।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ଟାଇଗର ଗ୍ରୁପ ପକ୍ଷରୁ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶନିବାର ଦିନ ରେଙ୍ଗାଲି ପଞ୍ଚାୟତ ଅଫିସ ପ୍ରାଙ୍ଗଣ ରେ ଏହି ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ରେଙ୍ଗାଳି ସରପଞ୍ଚ ଡ଼. ଚିତ୍ତରଞ୍ଜନ ବାଗ ଏହି ମେଗା ରକ୍ତ ଦାନ ଶିବିର କୁ ଉଦ୍ଘାଟନ କରିଥିଲେ। ଉକ୍ତ ଶିବିର ରେ ପଦ୍ମଶ୍ରୀ ଜୀତେନ୍ଦ୍ର ହରିପାଲ, ହାସ୍ୟ ଅଭିନେତା ବିନ୍ଦୁ, ସଙ୍ଗୀତଜ୍ଞ ଶିବ ପ୍ରଧାନ, ଡ= ସୁଶୀଲ କୁମାର ବେହେରା, ସେବା ଅନୁଷ୍ଠାନ ର ନିହାଲ ସିଂ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ରକ୍ତ ଦାନ ଶିବିର ରେ ମୋଟ 150 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିର ଆୟୋଜନ ରେ ଟାଇଗର ଗ୍ରୁପ ମୁଖ୍ୟ ଚିନ୍ତା ବାଗ, ମୁନକୁ ସାହୁ, ରିଙ୍କୁ ସାହୁ, ନୟନ ଦୀପ, ବିକ୍ରମ ସାହୁ, ଅମିତ ବାରିକ, ରଶ୍ମି ରଂଜନ ବିଶ୍ବାଳ, ଆକାଶ ଖାମରୀ, ପଙ୍କଜ ମାଝୀ, ରାହୁଲ ନାୟକ, ମିଲୁ ଭଇଁସାଲ, ଅଶୋକ ସିକନ୍ଦର, ଦେବା ବାଗ, ବିନୋଦ ମୁଣ୍ଡା, ଯୁରେଲ, ପ୍ରଦୀପ ବେହେରା, ଦୀପକ ନାୟକ, ରଜତ ସାହୁ, ପିଣ୍ଟୁ ବାଗ, ତରଙ୍ଗିଣୀ ଝାଙ୍କର, ମଙ୍ଗଲବତି ଓରାମ, ମନୋରମ ଧରୁଆ ପ୍ରମୁଖ ରକ୍ତ ଦେବା ସହ ସହଯୋଗ କରିଥିଲେ। ଏହି ରକ୍ତ ଦାନ ଶିବିରରେ ବୁର୍ଲା ଭିମସାର ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ଆସି ରକ୍ତ ସଂଗ୍ରହ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ