ମା ଦକ୍ଷିଣ କାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ,ରେଙ୍ଗାଳପାଲି ଦଳ ଚାମ୍ପିୟାନ।
କଳାହାଣ୍ଡି,୧୧/୦୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ମାଝୀପଡା ଠାରେ ମା ଦକ୍ଷିଣ କାଲି କ୍ରିକେଟ ଆସୋସିଏସନ ପକ୍ଷରୁ ଗତ ୨ ତାରିଖ ରୁ ଆରମ୍ଭ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଆଜି।ଅନୁଷ୍ଠିତ ଫାଇନାଲ ମ୍ୟାଚ ରେଙ୍ଗାଳପାଲି ଓ ବାନେର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରେଙ୍ଗାଳପାଲି ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର୍ ରେ ୧୬୨ ରନ କରିଥିଲା ଜବାବ ରେ ବାନେର ୯ ୱିକେଟ ହରାଇ ୧୫୭ ରନ କରିଥିଲା। ରେଙ୍ଗାଲପାଲି ୬ ରନ ରେ ବିଜୟ ହୋଇ ଥିଲା। ଲଡୁଗାଁ ର ସମାଜସେବି ତଥା କଂଗ୍ରେସ ନେତା ଲକ୍ଷ୍ମଣ ଶବର ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମ୍ମାନୀୟ ଅତିଥି ଲଡୁଗାଁ ଗୌନ୍ତିଆ ମଦନ ମାଝୀ, ବିଧାୟକ ପ୍ରତିନିଧି ତ୍ରିନାଥ ଶବର,ରୁଦ୍ର ପ୍ରସାଦ ନାୟକ, ଲଡୁଗାଁ ବିଜେଡି ପଞ୍ଚାୟତ ସଭାପତି ରବୀନ୍ଦ୍ର ନାରାୟଣ ଦାସ ।ଭାରତ ଭୁଷଣ ଠାକୁର,କୁନାଲ କୁମାର ଯୋଶୀ,ବିଶିକେଶନ ଠାକୁର,ଶିଶୁ ଠାକୁର, ବିଜେଡି ନେତା ମୋହନ ଚରଣ ଦାସ, ଧବଳେଶ୍ବର ବେହେରା, ବିରେନ୍ଦ୍ର ନାରାୟଣ ଦାସ ଉପସ୍ଥିତ ଥିଲେ।ଖେଳ ର ଧାରା ବିବରଣୀ ବାବୁଲି ଦାସ ଓ ଆଦିତ୍ୟ ରଞ୍ଜନ ଦାସ ପ୍ରଦାନ କରିଥିବା ବେଳେ ସ୍କୋର ପରିଚଳାନା ମୋହନ ବାଗ କରିଥିଲେ। ମେନ ଅଫ ଦି ମ୍ୟାଚ ରେଙ୍ଗାଳପାଲି ଦଳ ର ଖେଳାଳି ବନମାଳୀ ଓ ମେନ ଅଫ ଦି ସିରିଜ ବାନେର ଦଳ ର ଚିତ୍ତ ଶବର ଙ୍କୁ ପ୍ରଦାନ କରାଯାଇଥିଲା। ବିଜେତା ରେଙ୍ଗାଳପାଲି ଦଳ କୁ ଚମ୍ପିୟାନ ଟ୍ରଫି ଓ ଉପ ବିଜେତା ବାନେର ଦଳ କୁ ରନର୍ସ ଅପ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଖେଳ ପରିଚାଳନା ରେ କମଳା କାନ୍ତ ଶବର,ଶ୍ରୀକାନ୍ତ ଶବର,ଆଲୋକ ରଂଜନ ଦାସ,ପ୍ରତାପ ନାୟକ,ଭିକାରି ବାଗ,ରମେଶ ନାଗ,ଟୁକୁ ମାଝୀ,ଦୁଷ୍ମନ୍ତ ବାଗ,ପ୍ରକାଶ ନାଗ,ପିନ୍ଟୁ ବାରିକ ପ୍ରମୁଖ ସହଯୋଗ କରିଥିଲେ। ଉଦଯାପିତ କାର୍ଯ୍ୟକ୍ରମ ମଞ୍ଚ କୁ ଧ୍ଵଜ ମହାନନ୍ଦ ପରିଚଳାନା କରିଥିଲେ।

