Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଢ଼ାରଜା କ୍ରିକେଟ ଚାମ୍ପିଅନ ଟ୍ରଫି୍ ଫାଇନାଲବଡପୁଝାରୀଗୁଡାକୁ ହରାଇ ଡଙ୍ଗରୀଗୁଡା ଚାମ୍ପିଅନ୍।

କଳାହାଣ୍ଡି,୧୯/୦୧
ବୁଢ଼ାରଜା କ୍ରିକେଟ କ୍ଳବ୍, ଆମପାଣି ପକ୍ଷରୁ ସ୍ଥାନୀୟ ଖେଳ ପଡ଼ିଆଠାରେ ଚାଲିଥିବା ବୁଢ଼ାରଜା ଚାମ୍ପିଅନ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ରବିବାର ଅନୁଷ୍ଠିତ ହୋଇଛି। ଫାଇନାଲ ଖେଳ ଡଙ୍ଗରୀଗୁଡା ଓ ବଡପୁଝାରୀଗୁଡା ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବଡପୁଝାରୀଗୁଡାକୁ ହରାଇ ଡଙ୍ଗରୀଗୁଡା ଟିମ୍ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛି। ଡଙ୍ଗରୀଗୁଡା ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର ଖେଲି ୩ ଉଇକେଟ ବିନିମୟରେ ୧୩୭ ରନ୍ ସଂଗ୍ରହ କରିଥିଲା। ଜବାବରେ ବଡପୁଝାରୀଗୁଡା ଟିମ୍ ପଡିଆକୁ ଓହ୍ଲାଇ ୧୨ ଓଭର ଖେଲି ୬ ଉଇକେଟରେ ୧୨୫ ରନ୍ ସଂଗ୍ରହ କରିଥିଲା। ତେବେ ଡଙ୍ଗରୀଗୁଡା ଟିମ୍ ୧୨ ରନ୍ ରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଛି। ଫାଇନାଲ ଖେଳ କୁ ଆମ୍ପିୟାର ମନୋରଞ୍ଜନ ବାଣୁଆ ଓ ପ୍ରାଣକୃଷ୍ଣ ସାହୁ ପରିଚାଳନା କରିଥିଲେ। ସ୍କୋର ବୋର୍ଡ ଦାୟିତ୍ଵରେ କୁମୁଦ ସୁନା ରହିଥିବାବେଳେ ରମେଶ ବାରିକ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ, ଆମପାଣି ଥାନା ଏସ୍ଆଇ ଇଶ୍ଵର ଶିର୍କା, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ପୂର୍ବତନ ସରପଞ୍ଚ ଟିକିଚନ୍ଦ୍ର ଧ.ମାଝୀ, କୁମୁଦ ଚନ୍ଦ୍ର ପୁଝାରୀ, ତ୍ରିନାଥପ୍ରଶ୍ନ ରାୟ, ସୁନୀଲ କୁମାର ଯୋଷୀ, ଦୟାନିଧି ନାଏକ, ବିନୋଦ କୁମାର ସିଂ, ଲକ୍ଷପତି ମାଝୀ, ପ୍ରଫୁଲ୍ଲ ଜାନୀ, ଦୁର୍ଲ୍ଲଭ ନାଏକ, ଶିକ୍ଷକ ଭାଗ୍ୟବାନ ବାଗ, ସୁରେଶ ଚନ୍ଦ୍ର ସାହୁ, ଗୌତମ ବାଗ, ନୃପରାଜ ନାଏକ, କୈଳାସ ମାଝି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ବିଜେତା ଓ ଉପବିଜେତା ଦଳ କୁ ଟ୍ରଫି ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଡଙ୍ଗରୀଗୁଡାର ରାହୁଲ ନାଏକ ଓ ମ୍ୟାନ୍ ଅଫ୍ ଦି ସିରିଜ ବରୁଣ କୈବର୍ତ୍ତ ବିବେଚିତ ହୋଇଥିଲେ। ଆୟୋଜକ ଅନୁଷ୍ଠାନର ରୁଦ୍ର ପ୍ରସାଦ ଖମାରୀ, ଆକାଶ ପାଣିଗ୍ରାହୀ, ନୃପରାଜ ନାଏକ, ରୁତୁ ସୁନା, ଆଲୋକ ପାଣିଗ୍ରାହୀ, ହେମନ୍ତ ସୁନା, ତାରେଶ କୁମାର ସାମନ୍ତରାୟ, ରାଘବ ସୁନା, କୃଷ୍ଣଚନ୍ଦ୍ର ମାଝୀ, ଧର୍ମେନ୍ଦ୍ର କଣ୍ଟା, କେଦାର ନାଗ, ଗୀରିସ ଧଙ୍ଗଡାମାଝୀ, ସାନୁ ଧଙ୍ଗଡାମାଝୀ, ମିନୀକେତନ ସୁନା, କିଶୋର ନାଏକ, ଦିନେଶ ବାଗ, ରିତେଶ ଖମାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ