ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
କଳାହାଣ୍ଡି,୧୯/୦୧
କୋକସରା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ସୋମବାର ଆସନ୍ତା ୭୭ତମ ସାଧାରଣତନ୍ତ୍ର।ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତି ବୈଠକରେ କୋକସରା ବିଡ଼ିଓ ଡ଼. ହିମାଞ୍ଚଲ ମାଝୀ,ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ, ସହକାରୀ ଯନ୍ତ୍ରୀ ସରିଫ ଏହେମଦ,ଜିପିଡ଼ିଓ ମିଲୁ ପ୍ରଧାନୀ, ମେଡ଼ିକାଲ ଅଫିସର ଡ଼. ଆଦିତ୍ୟ ସାହୁ,ବିଇଓ ମହେଶ କୁମାର ଭାଟି, କୋକସରା ଥାନା ଏସଆଇ ଡି. ମୋହନ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ର ପ୍ରତିନିଧି,ବିଭିନ୍ନ ପଞ୍ଚାୟତ ଜନ ପ୍ରତିନିଧି,ସଚେତନ ନାଗରିକ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଜାନୁଆରୀ ୨୬ ପ୍ରସ୍ତୁତି ପାଳନ ନେଇ ଆଲୋଚନା କରିଥିଲେ। ସକାଳ ୫ ରେ ପ୍ରଭାତ ଫେରି, ସକାଳ ୭:୩୦ ରୁ ୮:୩୦ ମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନୁଷ୍ଠାନ ରେ ଜାତୀୟ ପତାକା ଉତ୍ତୋଳନ,ସକାଳ ୯ ଘଣ୍ଟା ରେ ଗୁଡ଼ହାଣ୍ଡି ମଞ୍ଚ ରେ ବ୍ଲକ ସ୍ତରୀୟ ଜାତୀୟ ପତାକା ଉତ୍ତୋଳନ, ଛାତ୍ରଛାତ୍ରୀ ପରେଡ଼ ପ୍ରଦର୍ଶନ ଓ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପରିଶେଷରେ ବ୍ଲକ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ସୁନ୍ଦର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

