Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣ୍ଡହତା ରେ ସି ଆର ପି ଚୟନରେ ଅନିମିୟତତା ଅଭିଯୋଗ କରି ବିଡିଓ ଙ୍କ ଦ୍ୱାରସ୍ଥ ହେଲେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠି ସଦସ୍ୟା

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ସିଆରପି ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।ଗ୍ରାମର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଏହାର ପ୍ରତିବାଦ କରି ବୀରମହାରାଜପୁର ଗୋଷ୍ଠି ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି।ଅଭିଯୋଗମତେ ଖଣ୍ଡହତା ଗ୍ରାମରେ ସିଆରପି ପଦବୀ ନିଯୁକ୍ତି ପାଇଁ ବ୍ଲକ ର ପତ୍ର ସଂଖ୍ୟା ୫୭ ଅନୁଯାୟୀ ଗତ ତା ୪/୪/୨୦୨୩ ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଫଳରେ ଉକ୍ତ ପଦବୀ ପାଇଁ ଖଣ୍ଡହତା ଗ୍ରାମର ହେମବତୀ ଦନାୟକ,ପୁଷ୍ପାଞ୍ଜଳୀ ପଧାନ, ରୀନା ସାହୁ,ସନ୍ତୋଷିନୀ କର୍ଡିଆ,ସୀତା ପଧାନ ଓ ଜନକପୁର ଗ୍ରାମର ମମତା ଖଣ୍ଡଗିରୀ ପ୍ରମୁଖ ଆବେଦନ କରିଥିଲେ। ତନ୍ମଧ୍ୟରୁ ହେମବତୀ ଦନାୟକ ଚୟନ ପାଇଁ ସର୍ବୋଚ୍ଚ ନମ୍ବର ରଖିଥିଲେ ମଧ୍ୟ ତାଙ୍କୁ ଚୟନ କରାଯାଇ ନାହିଁ। ସିଆରପି ଚୟନରେ ଅନିୟମିତତା କରି ଜନକପୁର ର ମମତା ଖଣ୍ଡଗିରୀ ଙ୍କୁ କମ ନମ୍ବର ଥିବା ସତ୍ତ୍ବେ ଚୟନ କରାଯାଇଛି । ଏଣୁ ଏହି ବେଆଇନ ଚୟନ କୁ ବିରୋଧ କରି ଗ୍ରାମର ନିଳ ମାଧବ ସ୍ବୟଂ ସହାୟିକା ଗୋଷ୍ଠୀ, ଦଧିବାବନ, ମା’ତାରିଣୀ , ପଞ୍ଚଖଣ୍ଡା ,ମା’ତୁଳସି ଦେବୀ ସ୍ବୟଂ ସହାୟୀକା ଗୋଷ୍ଠି, ମହାମାୟୀ ସ୍ବୟଂ ସହାୟିକା ଗୋଷ୍ଠି, ସମଲେଶ୍ବରୀ ସ୍ବୟଂ ସହାୟୀକା ଗୋଷ୍ଠିର ହେମବତୀ ଦନାୟକ , ସସ୍ମିତା ପଧାନ, ସନ୍ତୋଷିନୀ କର୍ଣ୍ଣ, ସୌଦାମିନୀ କର୍ମୀ, ନିରୂପମା କର୍ମୀ, ହିମାଦ୍ରୀ କର୍ମୀ, କଲ୍ୟାଣୀ ପୁରୋହିତ ଙ୍କ ସମେତ ତିରିଶ ରୁ ଅଧିକ ମହିଳା ବୀରମହାରାଜପୁର ବିଡିଓ ମୋତିଲାଲା ସୁଲିଆ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଉକ୍ତ ବେଆଇନ ଚୟନ କୁ ବାତିଲ କରି ନୂତନ ଭାବେ ଉପଯୁକ୍ତ ପ୍ରାର୍ଥୀ ଙ୍କୁ ଚୟନ କରିବାକୁ ଦାବୀ କରିଛନ୍ତି । ଏନେଇ ବୀରମହାରାଜପୁର ବିଡିଓ ମୋତିଲାଲ ସୁଲିଆ ଙ୍କୁ ପଚାରିବାରୁ ଚୟନ ପ୍ରକ୍ରିୟା ଠିକ ରେ ହୋଇଛି। ମାତ୍ର ଅଧିକ ନମ୍ବର ରଖିଥିବା ପ୍ରାର୍ଥିନୀ ଙ୍କ ପ୍ରମାଣ ପତ୍ର ରେ ତ୍ରୁଟି ରହିଛି। ଯଦି ଉକ୍ତ ପ୍ରାର୍ଥିନୀ ଉପଯୁକ୍ତ ପ୍ରମାଣପତ୍ର ଦାଖଲ କରିବେ ତେବେ ତାଙ୍କୁ ଚୟନ କରାଯିବ ବୋଲି ପ୍ରକାଶ କରିଛନ୍ତି।