ଶରତ ଚନ୍ଦ୍ର ମେମୋରିଆଲ ଜାତୀୟ ସ୍ତରୀୟ ଫୁଟବଲ ମହାକୁମ୍ଭ କୋକସରା ଠାରେ ଉଦଘାଟିତ।
କଳାହାଣ୍ଡି,୨୬/୦୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା କୋକସରା ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ୨୬ ଜାନୁଆରୀ ଠାରୁ ୧ ଫେବୃଆରୀ ପର୍ଯ୍ୟନ୍ତ ଶରତ ଚନ୍ଦ୍ର ମେମୋରିଆଲ ନକ ଆଉଟ ଜାତୀୟ ସ୍ତରୀୟ ଫୁଟବଲ ମହାକୁମ୍ଭ ସ୍ଥାନୀୟ କସ୍ତୁରବା ଖେଳ ପଡିଆ ରେ ଉଦଘାଟିତ ହୋଇଯାଇଛି। ଉଦଘାଟନ କାର୍ଯ୍ୟକ୍ରମ ରେ ମା ଠାକୁରାଣୀ ଙ୍କ ମଶାଲ କୁ ସ୍ପୋର୍ଟସ କ୍ଲବ ର କର୍ମକର୍ତ୍ତା ମାନେ ଏକ ଭବ୍ୟ ଶୋଭାଯାତ୍ରାରେ ଆଣି ଖେଳ ପଡିଆ ରେ ଠାକୁରାଣୀ ଙ୍କ ମୁଖ୍ୟ ପୂଜକ ନନ୍ଦ କିଶୋର ଧରୁଆ ସ୍ଥାପନ ସହ ପୂଜାର୍ଚ୍ଚନା କରିଥିଲେ। ସ୍ପୋର୍ଟସ କ୍ଲବ ର ସଭାପତି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ,ସମ୍ମାନିତ ଅତିଥି ଭାବେ ଆଇଆଇସି କୋକସରା ସୁଜ୍ଞାନ ବାରିକ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଡ଼. ତତ୍ୱଦର୍ଶୀ ଦାସ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ,ପୁରୁଷୋତ୍ତମ ଗୁପ୍ତା ପ୍ରମୁଖ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରିବା ପରେ ଉଦଘାଟିତ ମ୍ୟାଚ ର ଭିଳାଇ ଓ ବଲାଙ୍ଗୀର ଟିଟିଲାଗଡ଼ ଦଳ ସହ ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ ରେଫରି ଭାବେ ନବୀନ ବଗର୍ତ୍ତି,ଲାଇନମେନ ଭାବେ ଶଙ୍କର ପୋଢ଼ ପିଙ୍କୁ ଚିନ୍ଦା ଓ ୪ ର୍ଥ ରେଫରି ଅମିତ କୁମାର ମହାନ୍ତି ଖେଳ ପରିଚାଳନା କରିଥିଲେ। ସଂଘର୍ଷ ପୂର୍ଣ ମୁକାବିଲା ରେ ଖେଳ ଶେଷ ପର୍ଯ୍ୟନ୍ତ ଭିଳାଇ ଓ ଟିଟିଲାଗଡ଼ ଦଳ ଗୋଲ ସ୍କୋର କରିବାରେ ସଫଳ ହୋଇ ପାରିନଥିବା ବେଳେ ପେନାଲଟି ସୁଟ ରେ ଟିଟିଲାଗଡ଼ ଟିମ ଭିଳାଇ ଟିମ କୁ ୧/୦ ଗୋଲ ରେ ହରାଇ ପରବର୍ତ୍ତୀ ପର୍ଯ୍ୟାୟ କୁ ଉନ୍ନୀତ ହୋଇଥିଲେ । ଖେଳ ର ଧାରା ବିବରଣୀ ବାବୁଲାଲ ଶବର ପ୍ରଦାନ କରିଥିଲେ। ଏହାସହ ଖେଳ ର ସିଧା ପ୍ରସାରଣ ସ୍ପୋର୍ଟସ ଚମ୍ପିୟାନ ୟୁ ଟୁବ ଚେନାଲ ରେ ପ୍ରସାରିତ ହେଉଛି। ସ୍ପୋର୍ଟସ କ୍ଲବ ର ସଭାପତି ତ୍ରି ମୋହନ ନାଏକ,ସମ୍ପାଦକ କ୍ଷୀରସିନ୍ଧୁ ନେଗି, ସଚିନ ଗୁପ୍ତା, ମହେଶ ଗୁପ୍ତା, ସିଦ୍ଧାର୍ଥ ଶଙ୍କର ପ୍ରଧାନୀ,କାମାକ୍ଷ ନାଏକ, ମୋହନ ବାଗ,ମାନସ ବେହେରା, ସୁରଜ ନାଏକ, ଅମିତ ସୁନା, ଜିତାମିତ୍ର ପ୍ରଧାନୀ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରୁଛନ୍ତି।

