ବିକାଶ ଉଇସ ଡମ ପାର୍କରେ “ଏକ ସାମ ଇଣ୍ଡିଆନ ଆର୍ମି କେ ନାମ “ ।
କଳାହାଣ୍ଡି,୨୭/୦୧
ବିକାଶ ଉଇସ ଡମ ପାର୍କରେ ବନ୍ଦେ ମାତରମ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସାଧାରଣ ତନ୍ତ୍ର ଦିବସ ପାଳନ ଅବସରରେ “ଏକ ସାମ ଇଣ୍ଡିଆନ ଆର୍ମି କେ ନାମ “ କାର୍ଯ୍ୟକ୍ରମ
ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଲେପଟେନାନଟ କର୍ଣ୍ଣେଲ ଜନ୍ମେଜୟ ମିଶ୍ର (କମାଣ୍ଡିଂ ଅଫିସର ଭାରତୀୟ ସେନା )ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ପୂର୍ବତନ ନୌବାହିନୀ ଅଧିକାରୀ ତଥା ବର୍ତ୍ତମାନ ଜୋନ ଅଫିସର, ଦଶପଲ୍ଲା ଓଡିଶା ରେଭିନ୍ୟୁ ସର୍ଭିସ ଶ୍ରୀଯୁକ୍ତ ଅମିତ କୁମାର ମଲ୍ଲିକ ,ମେଜର ଡ ଜୟଦେବ ସାହୁ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ, ଜେସିଆଇ ଆନନ୍ଦ ଜୈନ , ଜେସିଆଇ ସୋହନ ଅଗ୍ରୱାଲ , ଲକ୍ଷ୍ମୀ ବିକାଶ ଗୃପ ଅଫ ଇନଷ୍ଟିଚ୍ୟୁସନ ନିର୍ଦ୍ଦେଶକ ଡି ଶ୍ୟାମ , ଅନ୍ୟତମ ନିର୍ଦ୍ଦେଶକ ଡି ରାମ କୁମାର , ଶିକ୍ଷା ପ୍ରଭାରୀ ଡି ବିଜୟା , ବିବିଏ ବିସିଏ ଅଧ୍ୟକ୍ଷ ଡ ସୁଦୀପ୍ତ ଜେନା , ବିକାଶ ନର୍ସିଙ୍ଗ କଲେଜ ଅଧ୍ୟକ୍ଷ ଡ ଗୋପୀନାଥ ସୁବ୍ରମନ୍ୟମ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ , ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତି ମିଶ୍ର , ଉପାଧ୍ୟକ୍ଷ ନାରାୟଣ ମହାନ୍ତି , ପ୍ରବନ୍ଧକ ଗୁପ୍ତେଶ୍ଵର ଖୁଣ୍ଟିଆ ପ୍ରମୁଖ ମଞ୍ଚାସୀନ ଥିଲେ |
ଏହି କାର୍ଯ୍ୟକ୍ରମରେ ମା ମାଣିକେଶ୍ବରୀ ବିଶ୍ଵ ବିଦ୍ୟାଳୟର ଏନସିସି ଓ ନାଭାଲ କେଡେଡ , ବିକାଶ ଆବାସିକ ବିଦ୍ୟାଳୟର ଏନସିସି, ଜୁନିଅର ରେଡ କ୍ରସ, ଘୋଷବ୍ୟଣ୍ଡ ପ୍ରମୁଖ ଦଳ ଅଂଶ ଗ୍ରହଣ କରିଥିଲେ | କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗେଷ୍ଟ ଅଫ ହନର , କ୍ଷେତ୍ର ପରିଦର୍ଶନ , ଓ ବନ୍ଦେ ମାତରମ ଗାନ କରାଯାଇଥିଲା | ଅଧ୍ୟକ୍ଷା ଆରତି ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ , ଉପାଧ୍ୟକ୍ଷ ନାରାୟଣ ମହାନ୍ତି ଗେଷ୍ଟ ପ୍ରୋଫାଇଲ ପାଠ କରିଥିଲେ | ପୂର୍ବତନ ନୌସେନା ଅଧିକାରୀ ଅମିତ କୁମାର ମଲ୍ଲିକ ତାଙ୍କ ଅଭିଭାଷଣରେ ଛାତ୍ର ଛାତ୍ରୀ ମାନେ କିପରି ଦେଶ ସେବାରେ ବ୍ରତୀ ହୋଇ ବିକଶିତ ଭାରତରେ ନିଜକୁ ସାମିଲ କରିବାକୁ ଉତ୍ସାହିତ କରିଥିଲେ | ମୁଖ୍ୟ ଅତିଥି କର୍ଣ୍ଣେଲ ଜନ୍ମେଜୟ ମିଶ୍ର ପିପିଟି ମାଧ୍ୟମରେ ନିଜ ସୈନିକ ଜୀବନର ଅନୁଭୂତିକୁ ଉପସ୍ଥାପନ କରିବାସହ ଆଗାମୀ ଦିନରେ ଛାତ୍ର ଛାତ୍ରୀ ମାନଙ୍କୁ ଦେଶ ସେବାରେ ନିଜକୁ ସାମିଲ କରିବାକୁ ଉଦ୍ବୋଧନ ଦେଇଥିଲେ | ପରେ ପରେ ସୂର୍ଯ୍ୟ , ଚନ୍ଦ୍ର , ପୃଥିବୀ , ଆକାଶ ହାଉସ ଓ ଡିଗ୍ରୀ କଲେଜର ଛାତ୍ର ଛାତ୍ରୀଙ୍କ ଦ୍ଵାରା ଅପରେସନ ସିନ୍ଦୁର , ବିଜୟ ଦିବସ , ବୀର ଜବାନ ଓ ଇଣ୍ଡିଆନ ଆର୍ମି ପ୍ରସଙ୍ଗ ଭିତ୍ତିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା | କ୍ରିଟିକା ଗଣ୍ଡ ଙ୍କ ଦ୍ଵାରା ଏକ ଚମତ୍କାର ଦେଶଭକ୍ତି ମୂଳକ କବିତା ପାଠ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା | ଅନୁଷ୍ଠାନ ତରଫରୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ଉପଢୌକନ ଓ ଶ୍ମୃତି ଫଳକ ଦେଇ ସମ୍ମାନିତ କରାଯାଇଥିଲା | ଏହି ଅବସରରେ ଗତବର୍ଷ ଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ’ ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡ’ ରେ ସ୍ଥାନ ପାଇଥିବା ‘ସମ୍ବଲପୁରୀ ଲୋକନୃତ୍ୟ’ ରେ ଅଂଶ କରିଥିବା ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵିତୀୟ ବର୍ଷର ଛାତ୍ରୀ ଜୁଲି ସା ଓ ପୁର୍ଣିମା ସା ଙ୍କୁ ସମର୍ଦ୍ଧିତ କରାଯାଇଥିଲା | କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀଙ୍କ ସହଯୋଗ ରହିଥିଲା |

