Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସ୍ତରୀୟ ୭୭ ତମ ଗଣତନ୍ତ୍ର ଦିବସ ପାଳନ।

କଳାହାଣ୍ଡି,୨୭/୦୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଗୁଡ଼ହାଣ୍ଡି ମଞ୍ଚ ରେ ମହା ଆଡମ୍ବରରେ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଉପସ୍ଥିତ ରହି ସକାଳ ୯ ଘଣ୍ଟା ରେ ଗୁଡ଼ହାଣ୍ଡି ମଞ୍ଚ ରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଏନସିସି ଓ ସ୍କାଉଟ ଛାତ୍ରଛାତ୍ରୀ ମାନେ ପେରେଡ଼ ମାର୍ଚ୍ଚ କରିଥିଲେ। ଡ଼. ମାଝୀ ସମବେତ ଜନ ସାଧାରଣ ଙ୍କୁ ୭୭ ତମ ଗଣତନ୍ତ୍ର ଦିବସ ର ଶୁଭେଚ୍ଛା ଜଣାଇଥିଲେ।ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ, ଆଇଆଇସି ସୁଜ୍ଞାନ ବାରିକ,ବିଇଓ ମହେଶ କୁମାର ଭାଟି, ଏବିଇଓ ତୋଫାନ ମାଝୀ,ଏନସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ବିଧାୟକ ପ୍ରତିନିଧି ତ୍ରିନାଥ ଶବର ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି ଅବସରରେ ସ୍ୱାସ୍ଥ୍ୟସେବା ରେ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ସମ୍ପାଦନ କରିଥିବା ସିଏଚଓ କୁମୁଦିନି ବାଗ,ସ୍ୱାସ୍ଥ୍ୟ କର୍ମି ସୁନୀଲ ଚଳାନ, କୃଷ୍ଣଜିତ ସିଂ ରାଜପୁତ, ମହିଳା ସ୍ୱାସ୍ଥ୍ୟ କର୍ମି ରାମାମଣି ବିଶ୍ୱାଳ,ଆଶା କର୍ମି ଜାଜ୍ଞାସେନି ମହାନ୍ତି ଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଙ୍କୁ ମଧ୍ୟ ପ୍ରସଂଶା ପତ୍ର ବଣ୍ଟନ କରା ଯାଇଥିଲା।ପରେଡ଼ ପ୍ରଦର୍ଶନ ରେ ଡିଗ୍ରୀ ମହାବିଦ୍ୟାଳୟ ର ଏନ ସିସି ପ୍ରଥମ ଓ ଜବାହାର ଉଚ୍ଚ ବିଦ୍ୟାଳୟ ର ସ୍କାଉଟ ଛାତ୍ରଛାତ୍ରୀ ମାନେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ।ପରେ ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରେଡ଼ କାର୍ଯ୍ୟକ୍ରମ କୁ ଖେଳ ଶିକ୍ଷକ।ଅମିତ କୁମାର ମହାନ୍ତି ଓ ମଞ୍ଚ ପରିଚାଳନା ରେ ସିଆରସିସି ବୈକୁଣ୍ଠ ଜାଲ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ