ଚିକିଲି ଚନ୍ଦ୍ରଭାନୁ ସରକାରୀ ଉଚ୍ଚ ବିଦ୍ୟାଳୟ ର ୪୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।
କଳାହାଣ୍ଡି,୨୯/୦୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମ ସ୍ଥିତ ଚନ୍ଦ୍ରଭାନୁ ସରକାରୀ ଉଚ୍ଚ ବିଦ୍ୟାଳୟ ର ୪୨ ତମ ବାର୍ଷିକ ଉତ୍ସବ ବୁଧବାର ଦିନ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମଳୟ କୁମାର ବାଗ ଙ୍କ ସଭାପତିତ୍ୱ ରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀମହେଶ କୁମାର ଭାଟି,ମୁଖ୍ୟ ବକ୍ତା ଭାବେ ନେଗୀଗୁଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ଜାଲ,ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହୃଷିକେଶ ନାଏକ ଡ଼ଙ୍ଗରୀଗୁଡା ପ୍ରଧାନ ଶିକ୍ଷକ ଲୋକନାଥ ନାଏକ ପ୍ରମୁଖ ଉପସ୍ଥିତ ରହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଅଗ୍ରଦେବ ଗଣେଶ ଙ୍କୁ ପୂଜାର୍ଚ୍ଚନା କରିବା ପରେ ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ଉପସ୍ଥିତ ଶିକ୍ଷାବିଦ ମାନେ ନିଜେ ବକ୍ତବ୍ୟ ରେ ବାର୍ଷିକ ଉତ୍ସବ ହେଉଛି ଗୋଟିଏ ଶିକ୍ଷାନୁଷ୍ଠାନ ର ଗୁଣାତ୍ମକ ଶିକ୍ଷା ଓ ଛାତ୍ରଛାତ୍ରୀ ଙ୍କ ସଫଳତାର ସୋପାନ ବୋଳି କହିଥିଲେ। ଏହି ବାର୍ଷିକ ଉତ୍ସବ ଅବସରରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବର୍ଗରେ ମାନପତ୍ର ସହ ପୁରସ୍କୃତ କରା ଯାଇଥିଲା।ପରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସଚେତନତା ଧର୍ମୀ ବାର୍ତ୍ତା ଦେବାକୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ କୁ ମଞ୍ଚ ପରିଚାଳନା ରେ ଶିକ୍ଷୟିତ୍ରୀ ଗାୟତ୍ରୀ ଷଡ଼ଙ୍ଗୀ ଓ ଶିକ୍ଷକ ଡୋଳେଶ୍ଵର କୁମାର ପରିଚାଳନା କରିଥିବା ବେଳେ ଶିକ୍ଷକ ଚିତ୍ତରଞ୍ଜନ ମହାନ୍ତି, ଶିକ୍ଷୟିତ୍ରୀ ଚନ୍ଦ୍ରିକା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ବାର୍ଷିକ ଉତ୍ସବ ପାଳନ ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

