Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗ; ଜନସ୍ୱାର୍ଥ ମାମଲା ଖାରଜ କଲେ ସୁପ୍ରିମକୋର୍ଟ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ନୂତନ ସଂସଦ ଭବନ ଉଦଘାଟନ ବିବାଦ। ଏହାକୁ ନେଇ ସୁପ୍ରିମ୍‌କୋର୍ଟରେ ଦାୟର ହୋଇଥିଲା ମାମଲା। ଏଥିରେ କୁହାଯାଇଥିଲା ଯେ ରାଷ୍ଟ୍ରପତି ସଂସଦର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ସଂସଦ ଭବନ ଉତ୍ସବ ଉଦଘାଟନ ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରିବା ସମ୍ବିଧାନର ଉଲ୍ଲଙ୍ଘନ ବୋଲି ଆବେଦନକାରୀ ଦର୍ଶାଇଥିଲେ । ତେବେ ନୂତନ ସଂସଦର ଉଦଘାଟନ ବିରୋଧରେ ଦାଖଲ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।

କୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁ କହିଛନ୍ତି, ‘କୋର୍ଟ କହିଛନ୍ତି ଏଭଳି ମାମଲାର ବିଚାର କରିବା ସୁପ୍ରିମକୋର୍ଟଙ୍କ କାମ ନୁହେଁ । ଆମେ ଏପରି ଆବେଦନ କରିବା ପାଇଁ ଆବେଦନକାରୀଙ୍କ ଉପରେ ଜରିମାନା ମଧ୍ୟ ଲଗାଇପାରୁ ବୋଲି କହିଥିଲେ କୋର୍ଟ।

ମେ ୨୮ ରେ ଦେଶର ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌ଘାଟନ କରିବେ। ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି। ସେମାନେ କହୁଛନ୍ତି ଯେ କେବଳ ଦେଶର ରାଷ୍ଟ୍ରପତି ସଂସଦର ଉଦଘାଟନ କରିବା ଉଚିତ ଏବଂ ଯଦି ଏହା ନହୁଏ ତେବେ ମୋଟ ୧୯ ବିରୋଧୀ ଦଳ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ। ଗୁରୁବାର

More Stories