Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନ ପଟ୍ଟନାୟକ ଅଦ୍ଵିତୀୟ- ଦିବ୍ୟ ଶଙ୍କର ମିଶ୍ର l।

କଳାହାଣ୍ଡି,୨୯/୦୧
ସ୍ଥାନୀୟ ମିଡ଼ ଟାଉନ ହୋଟେଲ ଠାରେ ପୂର୍ବତନ ସାଂସଦ ତଥା ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓଙ୍କ ସମ୍ପର୍କରେ ଦେଇଥିବା ମତାମତ ସମ୍ପର୍କରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଆଜି ସ୍ପଷ୍ଟୀକରଣ ଦେଇଛନ୍ତି l ସେ କହିଛନ୍ତି , ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆମର ସର୍ବମାନ୍ୟ ଓ ଅଦ୍ଵିତୀୟ ନେତା l ଓଡିଶାବାସୀ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି l ଏବେ ଭାରତୀୟ ଜନତା ପାର୍ଟି ର ସରକାର ଓଡ଼ିଶାରେ ଆସିଲା ପରେ ନାରୀ ଓ ଶିଶୁ ନିର୍ଯ୍ୟାତନା ବଢିଛି, ଯୁବକ ଓ ଚାଷୀଙ୍କୁ ନ୍ୟାୟ ଦେବାରେ ଏ ସରକାର ବିଫଳ ହୋଇଛି l ଏଣୁ ଆଗାମୀ ୨୦୨୯ ମସିହାରେ ପୁଣି ଥରେ ଲୋକଙ୍କ ଆଶୀର୍ବାଦ ପାଇ ମାନ୍ୟବର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି l ବିଧାୟକ ହିସାବରେ ଅନେକ ଜାଗାକୁ ଅତିଥି ହିସାବରେ ଆମେ ଯାଇଥାଉ l ବଲାଙ୍ଗୀରର ଏକ ଫୁଟବଲ ଟୁର୍ନାମେଣ୍ଟ କୁ ମୁଁ ଅତିଥି ଭାବରେ ଯାଇ ସ୍ଥାନୀୟ ବିଧାୟକ କଳିକେଶ ସିଂହଦେଓଙ୍କ ପ୍ରଶଂସା କରି ମଞ୍ଚ ଓ ମଞ୍ଚ ତଳେ ବାଇଟ୍ ଦେବା ସମୟରେ ଉଲ୍ଲେଖ କରିଥିଲି । ଯେ, କଳୀକେଶ ଜଣେ ଜାତୀୟ ସ୍ତରର ରାଇଫଳ ଖେଳାଳୀ ଏବଂ ଜାତୀୟ ରାଇଫଳ ଏସୋସିଏସନ ର ସଭାପତି ମଧ୍ୟ ଅଛନ୍ତି l ସେ ଜଣେ ଭଲ ପୂର୍ବତନ ସାଂସଦ, ବର୍ତ୍ତମାନର ଯୁବ ବିଧାୟକ ଅଟନ୍ତି। ସେ ଜଣେ ଭଲ ସ୍ପୋର୍ଟ୍ସ ମ୍ୟାନ ମଧ୍ୟ । ତେଣୁ ଆଗାମୀ ଯୁବ ପିଢ଼ି ତାଙ୍କୁ ଜଣେ ରୋଲ ମୋଡେଲ ଭାବରେ ଗ୍ରହଣ କରି ଆଗକୁ ବଢ଼ିପାରିବେ ବୋଲି ମତାମତ ଦେଇଥିଲି l ରାଜ୍ୟ ସ୍ତରରେ ଯୁବକ ମାନଙ୍କ ନେତୃତ୍ୱ ନେବା ପାଇଁ ତାଙ୍କର ଯଥେଷ୍ଟ ଦକ୍ଷତା ରହିଛି ବୋଲି ପ୍ରଶଂସା କରିବା ସହିତ ତାଙ୍କ ଜେଜେବାପା ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ ବୋଲି ଉଲ୍ଲେଖ କରିଥିଲି l ବଲାଙ୍ଗୀରରେ ଦେଇଥିବା ମୋ ବାଇଟ୍ ଓ ଅଭିଭାଷଣକୁ କିଛି ଗଣମାଧ୍ୟମ କଟ୍ ପ୍ୟାଷ୍ଟ କରି ଉପସ୍ଥାପନା କରୁଛନ୍ତି l ତେଣୁ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ରୂପରେ ମୁଁ କହିବାକୁ ଚାହେଁ ଯେ ଓଡିଶାର ସର୍ବମାନ୍ୟ ନେତା ଏବଂ ମୋର ନେତା ହେଉଛନ୍ତି ଶ୍ରୀ ନବୀନ ପଟ୍ଟନାୟକ । ସେ ଅଦ୍ଵିତୀୟ ଏବଂ ତାଙ୍କର ମାର୍ଗଦର୍ଶନରେ ଆମେ ସମସ୍ତେ ବିଧାୟକ, ସାଂସଦ , ନେତୃମଣ୍ଡଳୀ ତଥା ସମସ୍ତ ଦଳୀୟ କର୍ମକର୍ତ୍ତା କାମ କରୁଛୁ l ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକଙ୍କର ନେତୃତ୍ୱରେ ଓଡିଶା ବାସୀଙ୍କ ସେବା ଆଗକୁବି ଜାରି ରଖିଥିବ l ବର୍ତ୍ତମାନ ସାମ୍ପ୍ରତିକ ସ୍ଥିତିରେ ଚାଷୀ ଅନେକେ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ମଣ୍ଡିରୁ ଧାନ ଉଠିପାରୁ ନାହିଁ । ମହିଳା ଓ ଯୁବକଙ୍କୁ ଆଜି ରାଜ୍ୟରେ ନିଯୁକ୍ତିର ସୁଯୋଗ ନାହିଁ । ଏହାବ୍ୟତୀତ ଅନେକେ କ୍ଷେତ୍ରରେ ଏ ସରକାର ବିଫଳ ହୋଇଛି । ତେଣୁ ତୃଣମୂଳ ସ୍ତରରେ ଜନ ଆକ୍ରୋଶ ଦିନକୁଦିନ ବଢିବାରେ ଲାଗିଛି l ଲୋକ ମନସ୍ଥ କଲେଣି ଆଗାମୀ ପଞ୍ଚାୟତ ନିର୍ବାଚନରେ ଜନମତ ବିଜେଡି ସପକ୍ଷରେ ଯିବା ସହ ୨୦୨୯ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ସରକାରକୁ ଜବାବ ଦେବେ l କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷ ଆମେ ଯାହା କହିଲେ ବି ଅନ୍ୟ ପ୍ରକାରରେ ଉପସ୍ଥାପନା କରିବାକୁ ପ୍ରଚେଷ୍ଟା କରୁଛନ୍ତି l ଏଣୁ ସେମାନେ ଏଥିରୁ କ୍ଷାନ୍ତ ରହିବାକୁ ଅନୁରୋଧ କରୁଛି ବୋଲି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ