Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶରତ ଚନ୍ଦ୍ର ସ୍ମାରକି ଆନ୍ତଃ ରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରଥମ ସେମି ରେ ଟିଟିଲାଗଡ଼ ଦଳ ବିଜୟୀ।

କଳାହାଣ୍ଡି,୩୦/୦୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା କୋକସରା ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ୨୬ ଜାନୁଆରୀ ଠାରୁ ୧ ଫେବୃଆରୀ ପର୍ଯ୍ୟନ୍ତ ଶରତ ଚନ୍ଦ୍ର ସ୍ମାରକୀ ଆନ୍ତଃ ରାଜ୍ୟନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କସ୍ତୁରବା ଖେଳ ପଡିଆ ରେ ଜାରି ରହିଛି ।ଶୁକ୍ରବାର ପ୍ରଥମ ସେମି ଫାଇନାଲରେ ଟିଟିଲାଗଡ଼ ଓ ରାୟଗଡା ଦଳ ମୁକାବିଲା ହୋଇଥିବା ବେଳେ ସଂଘର୍ଷ ପୁର୍ଣ୍ଣ ମୁକାବିଲା ରେ ଟିଟିଲାଗଡ଼ ଦଳ ୩/୦ ଗୋଲ ରେ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟ କୁ ଉନ୍ନୀତ ହୋଇଛି। ସ୍ପୋର୍ଟସ କ୍ଲବ ର ସଭାପତି ତ୍ରିମୋହନ ନାଏକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ସଙ୍ଘ ର ସଭାପତି ତଥା ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀମାନ ବିନ୍ଦୁ ମହାନନ୍ଦ,ସମ୍ମାନିତ ଅତିଥି ଭାବେ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର, ସୁରେଶ ସାହୁ, ସ୍ପୋର୍ଟସ କ୍ଲବ ର ଉପଦେଷ୍ଟା ତ୍ରିଭୁବନ ନାଏକ, ବରିଷ୍ଠ ସାମ୍ବାଦିକ ସୁଧୀର କୁମାର ସାହୁ, ସୁଶାନ୍ତ କୁମାର ଦଳେଇ, ସନତ କୁମାର ପ୍ରଧାନୀ ଯୋଗଦେଇ ଉଭୟ ଦଳ ଖେଳାଳି ଙ୍କ ସହ ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ରେଫରି ଭାବେ ରାଜୁ ମଣ୍ଡଳ, ଲାଇନ ମେନ ଭାବେ ନବୀନ ବଗର୍ତ୍ତି ଶେଷଦେଵ ମଲ୍ଲିକ ଓ ୪ ର୍ଥ ରେଫରି ଶଙ୍କର ପୋଢ଼ ଖେଳ ପରିଚାଳନା କରିଥିଲେ। ଖେଳ ର ଧାରା ବିବରଣୀ ବାବୁଲାଲ ଶବର ଓ ଚଇ ଗୋପାଳ ପ୍ରଦାନ କରିଥିଲେ।ସ୍ପୋର୍ଟସ କ୍ଲବ ର ସଭାପତି ତ୍ରିମୋହନ ନାଏକ,ସମ୍ପାଦକ କ୍ଷୀରସିନ୍ଧୁ ନେଗି, ସଚିନ ଗୁପ୍ତା,ଦିଲୁ ସିଂ ଧରୁଆ,ମହେଶ ଗୁପ୍ତା,କାମାକ୍ଷ ନାଏକ,ମୋହନ ବାଗ,ମାନସ ବେହେରା, ସୁରଜ ନାଏକ, ଅମିତ ସୁନା, ଜିତାମିତ୍ର ପ୍ରଧାନୀ,ସ୍ୱାଧୀନ ଦଣ୍ଡସେନା, ସୀମାଞ୍ଚଳ ବେହେରା ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ଖେଳ ଦେଖିବାକୁ ପଡିଆ ରେ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ