Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣା ଦୁଇ ଯୁବକ ଗୁରୁତର, ଜଣେ ଆହତ

କୋକସରା: କଳାହାଣ୍ଡି ଜିଲ୍ଲା ଜୟପାଟଣା ହାତୀ ବ୍ରିଜ ନିକଟରେ ଶୁକ୍ରବାର ମର୍ମନ୍ତୁଦ ସଡ଼କ ଦୁ୍ଘଟଣା ଘଟିଛି । ଦୁଇବାଇକ ମୁହାଁମୁଁହି ଧକ୍କା ଫଳରେ ଦୁଇ ଜଣ ବାଇକ ଆରୋହି ଗୁରୁତର ଥିବା ବେଳେ ଜଣେ ଆହତ ହୋଇଛନ୍ତି।ଦୁଇ ବାଇକ୍ ଆରୋହୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସେମାନଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା।ତେବେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତିରିତ କରିଛନ୍ତି।ସୂଚନା ଅନୁଯାୟୀ ଘେନୁଗୁଡା ଗ୍ରାମର ରାମ ନାଏକ(୩୫) ଓ ଦୁର୍ଜନ ନାଏକ(୩୦) ମୁଖୀଗୁଡା ପଟୁ ଜୟପାଟଣା କୁ ଡିଜେଲ ଆଣି ଆସୁଥିବା ବେଳେ ଧର୍ମଗଡ଼ ଫୁଣ୍ଡା ଫରମ ଗ୍ରାମର ଆକାଶ ଘି(୩୬) ଜୟପାଟଣା ପଟୁ ମୁଖୀଗୁଡା କୁ ଯାଉଥିଲେ।ତେବେ ହାତୀ ବ୍ରିଜ ନିକଟରେ ଦୁଇ ବାଇକ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା।ଦୁର୍ଘଟଣାରେ ରାମ ନାଏକ ଓ ଆକାଶ ଘି ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଦୁର୍ଜନ ନାଏକ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।