କାର ଦୁର୍ଘଟଣା ରେ ଯୁବକ ଗୁରୁତର

କୋକସରା: ବିଜୁ ଏକ୍ସପ୍ରେସ ୱେ କାର ଧକ୍କା ରେ ଯୁବକ ଗୁରୁତର।
କଳାହାଣ୍ଡି ଜିଲ୍ଲା ଆମପାଣି ରୁ ଧର୍ମଗଡ଼ କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ରାସ୍ତା ର ଗୋତୋମୁଣ୍ଡା ନିକଟରେ ଶୁକ୍ରବାର ଅପରାହ୍ନ ରେ ଦୁର୍ଘଟଣା,କାର ଧକ୍କା ରେ ବାଇକ ଚାଳକ ଗୁରୁତର ଆହତ ସୁଚନା। ଶୁକ୍ରବାର ଅପରାହ୍ନ ରେ ବିଜୁ ଏକ୍ସପ୍ରେସ ୱେ ରାସ୍ତା ର ଗୋତୋମୁଣ୍ଡା ନିକଟରେ ଆମପାଣି ପଟୁ କଣ୍ଟାବାଞ୍ଜି ଯାଇଥିବା ଏକ କିଆ କାର ସହ ବାଇକ ର ଦୁର୍ଘଟଣା ଘଟିଥିବା ଜଣାପଡିଛି। ଗୁରୁତର ଯୁବକ ଙ୍କୁ ୧୦୮ ଆମ୍ବୁଲାନ୍ସ ରେ ଧର୍ମଗଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରା ଯାଇଥିବା ସୂଚନା ମିଳିଛି । ଗୁରୁତର କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ଦାବ୍ରିଗୁଡା ର ବୋଳି ଜଣାପଡିଛି । ଆମପାଣି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ମଧ୍ୟ ସୁଚନା ମିଲିଛି।