ଦନ୍ତା ହାତୀର ମୃତ ଦେହ ଉଦ୍ଧାର, ଦାନ୍ତ ପାଇଁ ହତ୍ୟା କରାଯାଇଥିବା ସନ୍ଧେହ
ଜମନକିରା :ଜମନକିରା ବ୍ଲକ ବାମରା ବନଖଣ୍ଡ ବନାଞ୍ଚଳ ଅନ୍ତର୍ଗତ ବଡ଼ରମା ରେଞ୍ଜ ଉଷାକୋଠି ଅଭୟାରଣ୍ୟ ପୁଡାଡ଼ିହି ବିଟ ଜଙ୍ଗଲ ଭିତରେ ଏକ ଦନ୍ତା ହାତୀର ମୃତ ଦେହ ଦେଖିବାକୁ ମିଳିଛି। ଦନ୍ତାର ମୃତ୍ୟୁ ଦୁଇ ତିନି ଦିନ ତଳେ ହୋଇଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ରହୁଥିବା ଲୋକେ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ଆଜି ଦନ୍ତା ମରି ପଡ଼ିଥିବା ଜାଣି ପାରିଥିଲେ। ଏହି ଖବର ଜାଣିବା ପରେ କେତେକ ଗଣମାଧ୍ୟମ ପ୍ରତିନିଧି ମାନେ ଖବର ସଂଗ୍ରହ ପାଇଁ ଘଟଣା ସ୍ଥଳରେ ପୂର୍ବାହ୍ନ ସାଢେ଼ ୧୦ଘଣ୍ଟା ପାଖାପାଖି ସମୟରେ ପହଞ୍ଚିଥିଲେ। କିନ୍ତୁ ପରିତାପାର ବିଷୟ କି ଯେ, ସେଠାରେ ଯେତେ ପ୍ରକାର ବନ ବିଭାଗ ଅଧିକାରୀଙ୍କୁ ଅନୁରୋଧ କରିବା ସତ୍ତ୍ୱେ ଅଧିକାରୀ ବୃନ୍ଦ କୌଣସି ଗଣମାଧ୍ୟମ ପ୍ରତିନିଧି କୁ ଫଟୋ କିମ୍ବା ଭିଜୁଆଲ ଉତୋଳନ କରିବାକୁ ଦେଇ ନଥିଲେ। ପରେ ସାଢେ଼ ୧୧ ଟା ପରେ ବାମରା ଡିଏଫଓ ବିକ୍ରମଦେବ ପଟନାୟକ ପହଞ୍ଚିଥିଲେ। ତାଙ୍କୁ ମଧ୍ୟ ଗଣମାଧ୍ୟମ ପ୍ରତିନିଧି ମାନେ ଫଟୋ ଓ ଭିଜୁଆଲ ନେବା ପାଇଁ କାକୁତି ମିନତି କରିଥିଲେ। ମାତ୍ର ଅପରାହ୍ନ ସାଢେ଼ ୩ଟା ପର୍ଯ୍ୟନ୍ତ ଅନୁମତି ଦେଇ ନଥିଲେ। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି କି, ଘଟଣାର ସତ୍ୟାସତ୍ୟ ଲୁଚାଇବା ସହ ଖବର କୁ ଚାପି ଦେବା ପ୍ରୟାସ କରାଯାଉଥିବା ଅନୁମାନ କରାଯାଉଛି। ବହୁତ ଅନୁରୋଧ ପରେ ଅପରାହ୍ନ ୪ ଟାରେ ଫଟୋ ଉଠାଇବା ବାକୁ ଅନୁମତି ଦେଇଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳରେ ଗତ ବର୍ଷ ମଧ୍ୟ ଦୁଇଟି ହାତୀ ଏକା ସାଙ୍ଗରେ ମୃତ୍ୟୁ ହୋଇଥିଲା। ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢୁ ଥିବା ବେଳେ ବନ ବିଭାଗ ହାତୀ ମୃତ୍ୟୁ ର ସଠିକ କାରଣ ନ ଖୋଜି ଚୁପ ରହିବା ବୁଦ୍ଧି ଯିବି ମହଲରେ ବନ ବିଭାଗ କାର୍ଯ୍ୟ ପ୍ରତି ସନ୍ଧେହ ସୃଷ୍ଟି କରୁଛି। ହାତୀ ଟି ର ଦାନ୍ତ ସୁରକ୍ଷିତ ଥିବା ବେଳେ ବ୍ୟବଛେଦ ପରେ ପ୍ରକୃତ ମୃତ୍ୟୁ ର କାରଣ ଜଣା ପଡିବ ବୋଲି ଡିଏଫଓ ପଟନାୟକ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତେବେ ପାରିପାର୍ଶିକ ସ୍ଥିତିରୁ ଦାନ୍ତ ପାଇଁ ମାଫିଆ ମାନେ ହତ୍ୟା କରି ଥାଇ ପାରନ୍ତି ବୋଲି ସାଧାରଣରେ ଗୁଞ୍ଜରଣ ହେଉଛି। ଘଟଣା ସ୍ଥଳରେ ଡିଏଫଓ ଙ୍କ ସମେତ ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ, ବିଟ ଗାର୍ଡ ଉପସ୍ଥିତ ଥିବା ବେଳେ ସାଇଣ୍ଟିଫିକ ଦଳ ଓ ପ୍ରାଣୀ ଚିକିସ୍ୟକ ପ୍ରମୁଖ ଉପସ୍ଥିତ ରହି ବ୍ୟବଚ୍ଛେଦ ପରେ ମାଟିରେ ପୋତି ଦେଇଥିବା ଜଣାଯାଇଛି।

