Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଶଘରିଆ ଠାରେ ଯଜ୍ଞ ପାଇଁ ଶୁଭ ଖୁଣ୍ଟ ସ୍ଥାପନ ଓ ଭୂମି ପୂଜନ ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଦଶଘରିଆ ପଡ଼ାରେ ଅଷ୍ଟପ୍ରହାରି ନାମ ଯଜ୍ଞ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଫେବୃୟାରୀ ୨୫ ତାରିଖରେ ହେବାକୁ ଥିବା ଶ୍ରୀଶ୍ରୀ କେଶବ ଠାକୁରଙ୍କ ଅଷ୍ଟପ୍ରହରୀ ନାମ ଯଜ୍ଞ ପାଇଁ ପ୍ରାତଃ ସାଢେ଼ ୪ଟା ସମୟରେ କଳସ ଯାତ୍ରା, ଯଂଜ୍ଞ ମଣ୍ଡପ ପ୍ରତିଷ୍ଠା ଏବଂ ୨୬ ତାରିଖ ସକାଳ ୭ଟା ସମୟରେ ଠାକୁର ମଣ୍ଡପକୁ ଆବାହନ, ସୂର୍ଯ୍ୟ ପୂଜା, ଠାକୁର ପୂଜା, ସର୍ବ ଦେବା ଦେଵୀ ପୂଜନ ସହ ମହାମନ୍ତ୍ର ଆରମ୍ଭ, ହୋମ ଆଳତୀ, ପ୍ରସାଦ ସେବନ ପରେ ପୂର୍ଣ୍ଣାହତୀ ହେବ। ଅପରାହ୍ନରେ ନଗର ପରିକ୍ରମା ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଜମନକିରା ଦଶଘରିଆ ଠାରେ ନୂତନ ଭାବେ ଅଷ୍ଟ ପ୍ରହରୀ ନାମ ଯଂଜ୍ଞ ଆରମ୍ଭ ହେଉଥିବା ବେଳେ କର୍ତ୍ତା ଭାବରେ ଛତୁ କଲେତ ଓ ଲୀନା ପାତ୍ର ଏବଂ ଦଶଘରିଆ ପଡାବାସୀ ମାନଙ୍କ ଉଦ୍ୟମରେ ନାମ ଯଂଜ୍ଞ କାର୍ଯ୍ୟକ୍ରମ କରିବା ପାଇଁ ଆଜି ଶୁଭ ଖମ୍ବ ସ୍ଥାପନ ଓ ଭୂମି ପୂଜନ ଅନୁଷ୍ଠିତ ହୋଇ ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ