Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଜାମୁଣ୍ଡା ଶ୍ରୀମା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଉନବିଂଶ ତମ ବାର୍ଷିକୋତ୍ସବ ପାଳିତ

ଜମନକିରା : ଜମନକିରା ବ୍ଲକ ଧୁଡ଼ିପାଳି ଗ୍ରାମ ପଞ୍ଚାୟତ ରଜାମୁଣ୍ଡା ସ୍ଥିତ ଶ୍ରୀମା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଉନବିଂଶ ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ଏହି ଅବକାଶରେ ଶିକ୍ଷା କେନ୍ଦ୍ରର ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ପରିବେଶବିତ ତଥା ଶିକ୍ଷାବିତ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି, ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ସୌଭାଗ୍ୟ କୁମାର ପଟେଲ ମୁଖ୍ୟବକ୍ତା, ସମିତି ସଭ୍ୟା ପ୍ରଭାବତୀ ବେହେରା, ଭୂମି ଦାତ୍ରୀ ରତ୍ନ ମଞ୍ଜରୀ ଚୌଧୁରୀ, ଧୁଡ଼ିପାଳି ହାଇସ୍କୁଲର ପ୍ରଧାନ ଶିକ୍ଷକ ଦୋଳ ଗୋବିନ୍ଦ ସାହୁ, ଚନ୍ଦିନୀମାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ କମଲ ଲୋଚନ ବେହେରା, ଅବସର ପ୍ରାପ୍ତ ଶିକ୍ଷକ ଡି. ସି. ପଟେଲ, ମାୟାଧର କାଲୋ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅତିଥି ଗଣ ତାଙ୍କ ବକ୍ତବ୍ୟରେ ପୂର୍ଣ୍ଣାଙ୍ଗ ଶିକ୍ଷାର ଆବଶ୍ୟକତା ଓ ଶ୍ରୀଅରବିନ୍ଦଙ୍କ ଦର୍ଶନ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଛାତ୍ରୀ ଗଣ ସ୍ଵାଗତ ସଙ୍ଗୀତ ଗାନ କରିଥିବା ବେଳେ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ପୋଢ଼ ବାର୍ଷିକ ବିବରଣୀ ପ୍ରଦାନ କରିବା ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ସହକାରୀ ଶିକ୍ଷକ ଦିବାକର ନାଏକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥି ଗଣ କୃତି ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ସମ୍ମାନିତ କରିଥିବା ବେଳେ ଅତିଥି ଗଣଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଉତ୍ସବ ଶେଷରେ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଶେଷରେ ସହକାରୀ ଶିକ୍ଷକ ବିଭୂତି ଭୂଷଣ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ