ମହାନଦୀ ଜଳବିବାଦ; ଆଜି ଚିଲିକା ମୁହାଣ ପରିଦର୍ଶନ କରିବ ଟିମ


ଭୁବନେଶ୍ବର: ମହାନଦୀ ଜଳବିବାଦ ମାମଲା। ମହାନଦୀର ସ୍ଥିତି ଅନୁଧ୍ୟାନ ଲାଗି ବିଭିନ୍ନ କ୍ଷେତ୍ର ପରିଦର୍ଶନ କରୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ୧୦ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଦଳ। ଗତକାଲି କଟକରେ ମହାନଦୀର ଜଳସ୍ତର ସ୍ଥିତି ଅନୁଧ୍ୟାନ କରିଥିଲେ ପ୍ରତିିନିଧି ଦଳ। ଆଜି ଟିଲିକା ମୁହାଁଣ ପରିଦର୍ଶନ କରିବେ । ପ୍ରଥମେ ସାପୁଆ କେନାଲ, ଏହାପରେ ମୁଣ୍ଡଳୀ, ନରାଜ ବ୍ୟାରେଜ, ଗଡଗଡିଆ, ଯୋବ୍ରା ଓ ଚୌଦ୍ୱାର ବିରୂପା ବ୍ୟାରେଜ ଆନିକଟ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।

ସ୍ଥିତି ଅନୁଧ୍ୟାନ ପରେ ଓଡିଶାର ବିଶେଷଜ୍ଞଙ୍କ ସହ ମହାନଦୀ ଟ୍ରିବ୍ୟୁନାଲ ଟିମ ଆଲୋଚନା କରିଛନ୍ତି । ମହାନଦୀ ଜଳ ବିବାଦର ସମାଧାନ ଲାଗି ପ୍ରୟାସ ଜାରି ରହିଛି। ଉପରେ ଛତିଶଗଡ଼ ସରକାରଙ୍କ ଏକାଧିକ ବ୍ୟାରେଜ ନିର୍ମାଣ ଫଳରେ ଓଡ଼ିଶାର ଉପକୂଳ ଅଞ୍ଚଳ ବିଶେଷ ପ୍ରଭାବିତ ହେଉଥିବା ଜଣାପଡ଼ିଛି। ଏ ନେଇ ସ୍ଥିତି ଅନୁଧ୍ୟାନ ଲାଗି ଗଠିତ ହୋଇଛି ଟ୍ରିବ୍ୟୁନଲ ଟିମ। ଜଷ୍ଟିସ ଏ ଏମ ଖାନଓ୍ବିଲକରଙ୍କ ନେତୃତ୍ବରେ ଏହି ସର୍ଭେ ଜାରି ରହିଛି।