Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରବଳ ହଟ୍ଟଗୋଳ ମଧ୍ୟରେ ସରିଲା ଜମନକିରା ଲ୍ୟାମ୍ପସ ର ସାଧାରଣ ବୈଠକ, ୨ କୋଟି ୭୦ ଲକ୍ଷ ଟଙ୍କାର ଦୁର୍ନୀତି

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଲ୍ୟାମ୍ପସର ଆଜି ବାର୍ଷିକ ସାଧାରଣ ସଭା ସ୍ଥାନୀୟ ମାର୍କେଟ ୟାର୍ଡରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ଥାୟୀ ସଭାପତି ଓ ଉପ-ସଭାପତି ଅନୁପସ୍ଥିତି ଥିବାରୁ ବୋର୍ଡ ଡାଇରେକ୍ଟର ଆଦି ପ୍ରସାଦ ମହକୁଲ ଏଥିରେ ଅଧ୍ୟକ୍ଷତା କରିଥିଲେ। ଲ୍ୟାମ୍ପସ ର ପରିଚାଳନା ନିର୍ଦ୍ଦେଶକ ପଦାରବିନ୍ଦ ମହାପାତ୍ର ପୂର୍ବ ସାଧାରଣ ବୈଠକର ବିବରଣୀ ପଠନ କରିଥିବା ସହ ଆୟ ବ୍ୟୟ ପଠନ କରିଥିଲେ। ତେବେ ଏହି ଲ୍ୟାମ୍ପସରେ ପୂର୍ବରୁ ଦାୟିତ୍ୱରେ ଥିବା ପରିଚାଳନା ନିର୍ଦ୍ଦେଶକ ଓ କର୍ମଚାରୀ ମିଶି ୨ କୋଟି ୭୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଥିବା କଥା ବୈଠକରେ ଅଡିଟ ରିପୋର୍ଟ ପଠନ ବେଳେ ଜଣା ପଡ଼ିବା ପରେ ଚାଷୀ ସଭ୍ୟ ମାନେ ଉତ୍ୟକ୍ତ ହୋଇ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଏହି ଦୁର୍ନୀତିରେ ପୂର୍ବ ୨ ଜଣ ପରିଚାଳନା ନିର୍ଦ୍ଦେଶକଙ୍କ ନାଁରେ ପ୍ରାୟ ଜଣକ ନାଁରେ ୧ କୋଟି ୬୧ ଲକ୍ଷ ଟଙ୍କା ଅଡିଟ ରିପୋର୍ଟରେ ପ୍ରକାଶ ପାଇଥିବା ବେଳେ ଅନ୍ୟ ଜଣଙ୍କ ନାଁରେ ୧ କୋଟି ୪ ଲକ୍ଷ ଟଙ୍କା ଦୁର୍ନୀତି କରିଥିବା ନେଇ ବୈଠକରେ ପଠନ କରିଥିଲେ। ଏଥି ସହ ସାର ବଣ୍ଟନରେ ଅନିୟମିତତା ଉପରେ ଚାଷୀ ସଭ୍ୟ ବିରକ୍ତି ପ୍ରକାଶ କରିଥିଲେ। ସେହିପରି ମଣ୍ଡି ହ୍ୟାଣ୍ଡଳିଂ ବାବଦ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ରେ ମଧ୍ୟ ଅନୁରୂପ ଭାବେ ଅଧିକ ଖର୍ଚ୍ଚ ହୋଇଥିବା ଯୋଗୁଁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ମଞ୍ଚରେ ଏଆରସିଏସ ମନୋଜ ମହାନ୍ତ, ସମବାୟ ସମିତି ଶାଖା ପରିଚାଳକ ସିନୁରାଜ ସାହୁ, ପ୍ରଶାନ୍ତ ପଣ୍ଡା, ପ୍ରକାଶ ମାଝୀ, ସରୋଜ ପ୍ରଧାନ, ସୁଜ୍ଞାନି ବେହେରା, ଧରଣୀଧର ମାଝୀ, ଗୟାଧର ଲୁହା, ଦେବାନନ୍ଦ ନାୟକ ଏବଂ କର୍ଣ୍ଣ କିଶୋର କୁଜୁର ପ୍ରମୁଖ ପରିଚାଳନା କମିଟିର ସଭ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ। ଚାଷୀ ସଭ୍ୟଙ୍କ ମଧ୍ୟରୁ ରବୀନ୍ଦ୍ର ପ୍ରସାଦ ଦାନୀ, ଚୂଡାମଣି ପଟେଲ, ବିରେନ୍ଦ୍ର ଚୌଧୁରୀ, ଶିଶିର ପଟ୍ଟନାୟକ, ପିଛାଳୁ ଭୋଇ, ହେମନ୍ତ ମହାକୁଳ, ଭୁବନେଶ୍ୱର ପଟେଲ, ସୁନିଲ ପ୍ରଧାନ, ସୁନିଲ ମହାକୁଳଙ୍କ ସମେତ ଅନେକ ସଭ୍ୟ ଆଲୋଚନାରେ ଅଂଶ ଗ୍ରହଣ କରି ସମାଧାନ ଓ ପ୍ରତିକାର କରିବା ପାଇଁ ଦାବି କରିଥିଲେ। ଯେଉଁ କର୍ମଚାରୀ ଦୁର୍ନୀତିରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଜଡ଼ିତ ଅଛନ୍ତି, ସେମାନଙ୍କୁ ପରବର୍ତ୍ତୀ ସମୟରେ ଦାୟୀତ୍ବ ପ୍ରଦାନ ନକରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଶେଷରେ ନିର୍ଦ୍ଦେଶକ ମହାକୁଳ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ