Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକ ଙ୍କୁ ହତ୍ୟା ଧମକ, କୋକସରା ଥାନା ରେ ଅଭିଯୋଗ

କୋକସରା: ସାମ୍ବାଦିକ ଙ୍କୁ ବସ କଣ୍ଡକ୍ଟର ଙ୍କ ଜୀବନ ରେ ମାରିଦେବାକୁ ଧମକ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ କୋକସରା ଥାନା ରେ ଅଭିଯୋଗ କଲେ ସାମ୍ବାଦିକ ସମୁହ।
ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ଙ୍କୁ ବସ କଣ୍ଡକ୍ଟର ଙ୍କ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ ଓ ଜୀବନ ରେ ମାରିଦେବାକୁ ଅଭିଯୋଗ, କୋକସରା ପୋଲିସ ରେ ପୀଡିତ ସାମ୍ବାଦିକ ଙ୍କ ପକ୍ଷରୁ ଏତଲା, ବସ କର୍ମଚାରୀ କୁ ଗିରଫ କରିବା ଓ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି। ଶନିବାର ସକାଳେ ହାଇଦ୍ରାବାଦ ରୁ ଧର୍ମଗଡ କୁ ଆସୁଥିବା ଗୁପ୍ତା ନାମକ ଏକ ଘରୋଇ ବସ ରେ ବେନିୟମ ଭାବେ ବସ ର କ୍ଷମତା ରୁ ଅଧିକ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ପରିବାର ଙ୍କୁ ନେଇ ଆସୁଥିବା ବେଳେ ବେହେରା ବିଜୁ ଏକ୍ସପ୍ରେସ ୱେ ନିକଟରେ ସେହି ଅଞ୍ଚଳ ର ଜଣେ ଛାପା ଗଣମାଧ୍ୟମ ର ସାମ୍ବାଦିକ ସୁବାସ ବାଗ ଫୋଟୋ ଉତ୍ତୋଳନ କରୁଥିବା ବେଳେ ବସ ର କଣ୍ଡକ୍ଟର କୁଞ୍ଜବିହାରି ଚଳାନ ସାମ୍ବାଦିକ ଙ୍କୁ ଅଶ୍ଳୀଳ ଭାଷା ରେ ଗାଳି ଗୁଳଜ କରିବା ସହ ଜୀବନ ରେ ମାରି ଦେବାକୁ ଧମକ ଦେଇଥିଲେ। ଏନେଇ ସାମ୍ବାଦିକ ସୁବାସ ବାଗ ସାମ୍ବାଦିକ ସଂଘ ଓ ଅଞ୍ଚଳ ର ସାମ୍ବାଦିକ ଙ୍କୁ ଜଣେଇବା ପରେ ଘଟଣା କୁ ନେଇ ଧର୍ମଗଡ ଓ କୋକସରା ବ୍ଲକ ର କାର୍ଯ୍ୟରତ ସାମ୍ବାଦିକ ସଙ୍ଘ ସମୁହ ପକ୍ଷରୁ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ଙ୍କୁ ଭେଟି ସଂପୃକ୍ତ କଣ୍ଡକ୍ଟର ବିରୋଧ ରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ଅଭିଯୋଗ କରାଯାଇଛି।ନଚେତ ଆଗାମୀ ଦିନରେ ସାମ୍ବାଦିକ ସଙ୍ଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ କୁହାଯାଇଛି।ବରିଷ୍ଠ ସାମ୍ବାଦିକ ଲକ୍ଷ୍ୟ ଜ୍ୟୋତି ଜାଲ,ସନତ କୁମାର ପ୍ରଧାନୀ,ବିଶ୍ୱ ରଞ୍ଜନ ପାତ୍ର, ସୋଭିତ ଗାନ୍ଧୀ, ଦିଲୀପ ଦୁରିଆ,ଲବଣି ରାଉତ, ଦୁଷ୍ମନ୍ତ ପାଟଯୋଶୀ, ତ୍ରିଲୋକ୍ୟ ବେଶ୍ରା,ଜଗଦୀଶ ନାଏକ,ଚକ୍ରଧର ବେଶ୍ରା,ରୂପେନ୍ଦ୍ର ସୁନାନୀ ପ୍ରମୁଖ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ଥିଲେ।