Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁଚିଣ୍ଡା ଥାନା ଅଧିନସ୍ଥ ଗୁଦ୍ରାପଡା ଗ୍ରାମର ଉପରବନ୍ଧ (ପୋଖରୀ) ହିଡ଼ରେ ଥିବା ବରଗଛରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ କୁଚିଣ୍ଡା ପୋଲିସ ଉଦ୍ଧାର କରିଛି।ମୃତ ଯୁବକ ହେଲେ ଗୁଦ୍ରାପଡା ଗ୍ରାମର ମୁକେଶ କିଷାନ (୨୬)।ଏନେଇ ପୋଲିସ କୁଚିଣ୍ଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି କୁଚିଣ୍ଡା ମେଡ଼ିକାଲରେ ମୃତଦେହ ବ୍ୟବଚ୍ଛେଦ କରାଇଛି।
ସୂଚନା ଅନୁଯାୟୀ, ରବିବାର ସକାଳେ ଗ୍ରାମବାସୀ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି କୁଚିଣ୍ଡା ପୋଲିସକୁ ଖବର ଦେଇଥିଲେ।କୁଚିଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପ୍ରାଥମିକ ତଦନ୍ତ କରିଥିଲା। କେଉଁ କାରଣରୁ ଯୁବକ ଜଣକ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ