Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଦୂଷଣ ରେ ହୀରାକୁଦ ଶିଳ୍ପାଞ୍ଚଳ,. ବିକାଶ, ସ୍ଥାନୀୟ ନିଯୁକ୍ତି କୁ ଉପେକ୍ଷା

ହୀରାକୁଦ: 1957 ସାଲ ରେ ହୀରାକୁଦ ବନ୍ଧ ଯୋଜନା ନେହେରୁ ଙ୍କ ଦ୍ଵାରା ଉଦଘାଟିତ ହେବା ପରେ ହୀରାକୁଦ ଶିଳ୍ପାଞ୍ଚଳ ଗଢ଼ି ଉଠି ଥିଲା ଏବଂ ସରକାରୀ ଓ ବେସରକାରୀ କଳ କାରଖାନା ମାନ ତିଆର ହୋଇଥିଲା l ସରକାରୀ ଉଦ୍ୟୋଗ ଗୁଡିକ ବର୍ତମାନ ଅତୀତ ହୋଇ ମାଟିରେ ମିଶି ଯାଇଚି ବେସରକାରି ଅନୁଷ୍ଠାନ ମଧ୍ୟରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରି ର ତିନ ବୃହତ କାରଖାନା ଶିଳ୍ପ ମାନଚିତ୍ର ରେ ରାଜ୍ୟ କୂ ସମୃଦ୍ଧି ଦେଇଛି, ବେକାରୀ, ଦାରିଦ୍ର ଦୂର ହେବା ର ନାମ ନେଉ ନଥିବା ବେଳେ ଅଞ୍ଚଳ ବାସି ଙ୍କ ମୌଳିକ ସମସ୍ୟା ଦୂର ହେଉ ନାହିଁ ଶିଳ୍ପାୟନ ହେଲେ ବିକାଶ ହେବ ବୋଲି ସରକାର ସ୍ବପ୍ନ ଦେଖାଉ ଥିବା ବେଳେ ବିକାଶ ର ସ୍ବପ୍ନ ଉପରେ ପ୍ରଦୂଷଣ ର କଳା ବାଦଲ ଢାଙ୍କି ଦେଇଛି l ହୀରାକୁଦ ବନ୍ଧ ଯୋଜନା ମୁଖ୍ୟତ ଜଳ ସେଚନ , ବିଦ୍ୟୁତ ଉତ୍ପାଦନ ପାଇଁ ଉଦ୍ଧିଷ୍ଟ ହୋଇଥିବା ବେଳେ ଶିଳ୍ପ ମାନ ଏହାର ଫାଇଦା ନେଇ ମାଲେ ମାଲ ହେଉ ଥିବା ବେଳେ ସ୍ଥାନୀୟ ଜନ ସାଧାରଣ ଖାଲି ପ୍ରଦୂଷଣ ର ଶିକାର ହେଉଛନ୍ତି l ବିକାଶ ନାମରେ ସ୍ଥାନୀୟ ନିଯୁକ୍ତି କୂ ଉପେକ୍ଷା କରାଯାଇଛି l ଅଞ୍ଚଳ ର ଜମି, ଜଙ୍ଗଲ, ପାଣି, ଶିଳ୍ପାୟନ କୁ ଦିଆଯିବା ସତ୍ୟେ, ମୌଳିକ ବିକାଶ, କଳକାରଖାନା ରେ ସ୍ଥାନୀୟ ଶିକ୍ଷିତ ଯୁବକ, ଯୁବତୀ ଙ୍କୁ ନିଯୁକ୍ତି ରେ ଉପେକ୍ଷା କରା ଯାଉଛି l ରାଜ୍ୟ ବାହାର ଅଣ ଓଡ଼ିଆ ଲୋକ ଙ୍କୁ ନିଯୁକ୍ତି ଦିଆ ଯାଉଛି l ଏଠିରେ ସରକାର. ପ୍ରଶାସନ ର କୌଣସି ଅଙ୍କୁଶ ନାହିଁ l ସ୍ଥାନୀୟ ପ୍ରଶାସନ କୁ ହାତ ବାରିସୀ କରି ନାନା ବେଆଇନ କାମ କରାଯାଊଛି lପ୍ରଦୂଷଣ ର ମାତ୍ରା ଏତେ ବେଶୀ ଯେ ଶିଳ୍ପାଞ୍ଚଳ ରେ ନିଶ୍ୱାସ ନେବା ବି କଷ୍ଟ କର ହେଇ ପଡୁଛି l ପ୍ରଦୂଷଣ ନିୟଂତ୍ରଣ ବୋର୍ଡ଼ ମଧ୍ୟ ନାମକୁ ମାତ୍ର l Corporate social responsibility ଖାଲି ନିୟମ ହୋଇ ରହିଛି l ପ୍ରଶାସନ ଏଥିପାଇଁ ବ୍ୟସ୍ତ ନୁହେଁl ରାସ୍ତା ଘାଟ ନିର୍ମାଣ ଉପରେ ହିଣ୍ଡାଲକୋ କତ୍ତୃପକ୍ଷ ଗୁରୁତ୍ଵ ଦେଉନାହାନ୍ତି, ରାସ୍ତା ଉପରେ କୋଇଲା ବୋଝେଇ ଟ୍ରକ ସହ ସହ ସଂଖ୍ୟା ରେ ଠିଆ ହୋଇ ରାସ୍ତା ଅବରୋଧ କରି ଦୁର୍ଘଟଣା ପାଇଁ ମରଣ ଯନ୍ତା ସୃଷ୍ଟି କରୁଛି l ଶିକ୍ଷା, ସ୍ୱାସ୍ଥ, ଗମନା ଗମନ,, ନିଯୁକ୍ତି. ପାଇଁ କୌଣସି ପଦକ୍ଷେପ ନ ନେଇ କିଛି ଚାଟୁକାର ମାନୁକୁ ନେଇ CSR. activities. କିଛି ଗଣମାଧ୍ୟମ କୁ ହାତବାରିସୀ କରି ପ୍ରଚାର, ପ୍ରସାର କରୁଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ