Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଳ ବୈଶାଖୀରେ ଉଡିଲା ଆଜବେଷ୍ଟସ, ଭାଙ୍ଗିଲା ଗଛ

ଜମନକିରା : ଗତକାଲି ୨୬ ତାରିଖ ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀରେ ଜମନକିରା ବ୍ଲକ ସମେତ ଖର୍ଷନମାଲ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଛି।
ସୂଚନା ଅନୁସାରେ କାଳବୈଶାଖୀ ଯୋଗୁଁ ଏକ ବିରାଟ ଗଛର ଉପୁଡ଼ି ଯିବାରୁ ଖର୍ଷନମାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଥମୁଣ୍ଡା, କାଣିବନ୍ଧଲି ଆଦି ଗ୍ରାମ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଅବରୋଧ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହା ବ୍ୟତିତ ଅଞ୍ଚଳରେ ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହିତ ଆଜବେଷ୍ଟସ, ଛଣ, ଛପର ଉଡିଯାଇଛି। ବିଦ୍ୟୁତ ଖମ୍ବ ମଧ୍ୟ ଭାଙ୍ଗି ସରବରାହ ବାଧାପ୍ରାପ୍ତ ହୋଇଛି। ହୋଇଯାଇଛି। ଏଭଳି ସ୍ଥିତିରେ କୁଚିଣ୍ଡାର ପୂର୍ବତନ ବିଧାୟକ ରବିନାରାୟଣ ନାଏକ କ୍ଷୟକ୍ଷତି ହୋଇଥିବା ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ବୁଝିଛନ୍ତି। ପ୍ରଶାସନିକ ଅଧିକାରୀ ମାନଙ୍କୁ ଏହା ଅବଗତ କରାଇ ପ୍ରତିକାର କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ