Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ସାମ୍ବାଦିକ ଭବନ ଠାରେ ବାଲ୍ୟ ବିବାହ, ଶିଶୁ ଚାଲାଣ ଓ ଶିଶୁ ଶ୍ରମିକ ସମ୍ପର୍କିତ ବ୍ଲକ ସ୍ତରୀୟ ସରଭାଇବର ନେଟୱର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜମନକିରା : ଆଜି ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ସାମ୍ବାଦିକ ଭବନ ଠାରେ ସମ୍ବଲପୁର ସମନ୍ମିତ ବିକାଶ ପ୍ରତିଷ୍ଠାନ ଆନୁକୂଲ୍ୟରେ ବାଲ୍ୟ ବିବାହ, ଶିଶୁ ଚାଲାଣ ଓ ଶିଶୁ ଶ୍ରମିକ ସମ୍ପର୍କିତ ବ୍ଲକ ସ୍ତରୀୟ ସରଭାଇବର ନେଟୱର୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମ୍ବଲପୁର ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ରାଜାରାମ ଷଢଙ୍ଗୀ, ଜମନକିରା ବିଡ଼ିଓ ରବୀନ୍ଦ୍ର କୁମାର ସେଠି, ସିଡିପିଓ ମମତା ପଟେଲ, ମିଶନଶକ୍ତି ବ୍ଲକ ପ୍ରୋଗ୍ରାମ କୋଅର୍ଡିନେଟର ପ୍ରଫୁଲ୍ଲ କିଣ୍ଡୋ, ଅବସରପ୍ରାପ୍ତ ଶିକକ୍ଷ ମୋତିଲାଲ ସାହୁ, ସାରଦା ପ୍ରସନ୍ନ ଦାଶ, ରାମ ଚନ୍ଦ୍ର ସିଂ ପ୍ରମୁଖ ମଞ୍ଚାସିନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇସିଡ଼ିଏସ ସୁପରଭାଇଜର, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସିଆରପି, କମୁନିଟି ଲିଡର୍ସ, ସାମ୍ବାଦିକ ସମେତ ଅନେକେ ମାନ୍ୟଗଣ୍ୟ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ। ସିଡ଼ି ଅନୁଷ୍ଠାନର ଆକସେସସ ଟୁ ଜଷ୍ଟିସ ପ୍ରକଳ୍ପର ନିଁର୍ଧେଶକ ଭୁବନେଶ୍ୱର ଦ୍ବିବେଦୀ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟତଃ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଯଥା ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ, ଶିଶୁ ସୁରକ୍ଷା, ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମିକ ସମନ୍ଧୀୟ ନିୟମ କାନୁନ, ରିପୋଟିଙ୍ଗ କୌଶଳ ଓ ବିଭିନ୍ନ ଶିଶୁ ସୁରକ୍ଷା ଅନୁଷ୍ଠାନ ଗୁଡିକ ଗାଁ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ କାର୍ଯ୍ୟରତ ଅନୁଷ୍ଠାନ ସମ୍ପର୍କରେ ପୁଙ୍ଖାନୁ ପୁଙ୍ଖ ଭାବରେ ବୁଝାଇଥିଲେ। ଏହିସଭାରେ ନିର୍ଯାତନାର ଶିକାର ହେଉଥିବା ପୀଡିତ ଶିଶୁ ମାନଙ୍କୁ କିପରି ଚିହ୍ନଟ କରି ସେମାନଙ୍କୁ ଯତାର୍ଥ ତଦାରଖ କରିବା, ସେମାନଙ୍କୁ ଆଗକୁ ବଢିବାରେ ସହାୟତା କରିବା, ମାନସିକ ଓ ଶାରୀରିକ ସହଯୋଗ କରିବା ଏବଂ ଏକ ନେତା ଭାବରେ ଗଠନ କରି ଭବିଷତରେ ସେମାନେ ଯେପରି ଏହିଭଳି ପରିସ୍ଥିତିରେ ଜଡିତ ଥିବା ପିଲାମାନଙ୍କୁ ସାହାଯ୍ୟ କରିପାରିବେ ସେ ନେଇ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯ୍ୟରେ ସଞ୍ଜୟ ଧୂରୁଆ, କମଳ ଭୋଇ, ଶୁଭମ ପ୍ରଧାନ, ସମୀର ମହାମଲିକ, ବିଜୟ ଦେହୁରୀ ସହଯୋଗ କରିଥିଲେ. ଶେଷରେ ସିଡ ଅନୁଷ୍ଠାନ କୋ୍ଡିନେଟର ପ୍ରଶାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ ପୂର୍ବକ ଓ ଶପଥ ପାଠ ପରେ ସଭା ସାଙ୍ଗ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ