କାଳ ବୈଶାଖୀ ଯୋଗୁଁ ଗଛ ଭାଙ୍ଗି ଘର ଗାଡି ନଷ୍ଟ, ସହାୟତା ପାଇଁ ଦାବି
ଜମନକିରା : ଜମନକିରା ତହସିଲ ଅନ୍ତର୍ଗତ ଟିକିଲିପଡ଼ା ଗାଁରେ ଗତକାଲି କାଳ ବୈଶାଖୀ ଯୋଗୁଁ ଆମ୍ବଗଛ ଭାଙ୍ଗି ଦିବ୍ୟ ଶଙ୍କର ଛୁରାଙ୍କ ଘର ଭାଙ୍ଗି ଘର ଭିତରେ ଥିବା ଆସବାପତ୍ର ଭାଙ୍ଗିରୁଜି ଯିବା ସହ ଘରେ ଥିବା ଏକ ଟିଭିଏସ ଲୁନା ଗାଡ଼ି ମଧ୍ୟ କ୍ଷତି ହୋଇଛି। ତେବେ ସୌଭାଗ୍ୟ ବଶତଃ କେହି ଆହତ ହୋଇନଥିବା ଜଣାପଡିଛି। ତେବେ ଖବର ପାଇ ସରପଞ୍ଚ ଅଜିତ କୁମାର ନାଏକ ଘଟଣା ସ୍ଥଳରେ ପହଞ୍ଚି ଅସୁବିଧା ସୁବିଧା ବୁଝିବା ସହ ରାଜସ୍ୱ ବିଭାଗ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି। ଏସଂକ୍ରାନ୍ତରେ ବିଭାଗ ଅଧିକାରୀ ରାଜସ୍ୱ ନିରୀକ୍ଷକ ବିକ୍ରମାଦିତ୍ୟ ଭୋଇଙ୍କୁ ଯୋଗା ଯୋଗ କରି ପଚାରିବାରୁ ଆସନ୍ତା କାଲି କ୍ଷୟାଖତି ଆକଳନ ପାଇଁ ଯିବେ ବୋଲି ପ୍ରକାଶ କରିଛନ୍ତି।

