Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ମହାବିଦ୍ୟାଳୟରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜମନକିରା : ଜମନକିରା ସଦର ମହକୁମା ସ୍ଥିତ ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ କୁଟୁରାଚୁଆଁ କଲେଜର ପୂର୍ବତନ ଅଧକ୍ଷ ତଥା ପ୍ରକୃତି ବନ୍ଧୁ ପ୍ରାପ୍ତ ସୁବାଷ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଜମନକିରା କଲେଜ ଅଧକ୍ଷ ଅରୁଣ କୁମାର ପଟେଲ ଶିବିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ମୁଖ୍ୟଅତିଥି ଭାବେ ଜମନକିରା ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଯୋଗ ଦେଇଥିବା ବେଳେ ଶିବିରକୁ କୁଚିଣ୍ଡା ସ୍ଥିତ ପଲ୍ଲୀ ଭାରତୀ ୟୁଥ୍ କ୍ଲବ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଜ୍ୟୋତ୍ସ୍ନା ପଧାନ କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜମନକିରା ବିଏସଏସଓ ରଞ୍ଜିତ କୁମାର ସାହୁ, ବରିଷ୍ଠ ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥିଗଣ ତାଙ୍କ ବକ୍ତବ୍ୟ ମାଧ୍ୟମରେ ନିଶା ସେବନର ଅପକାରିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ମୁଖ୍ୟଅତିଥି ମନରେ ଦୃଢ଼ ସଂକଳ୍ପ କଲେ ନିଶ୍ଚିତ ଭାବେ ଆମ୍ଭେମାନେ ନିଶା ରୁ ଦୂରେଇ ପାରିବା ବୋଲି କହିଥିଲେ। ସେହିପରି ନିର୍ଦ୍ଦେଶିକା ଡା: ପଧାନ ନିଶା କେତେ ପ୍ରକାର ଓ ସେବନ ଦ୍ୱାରା କିପରି ନିଜ ସ୍ୱାସ୍ଥ୍ୟ ତଥା ସମାଜ ଉପରେ କୁପ୍ରଭାବ ପକେଇଥାଏ, ସେ ଉପରେ ବିଶଦ ଭାବରେ ବୁଝାଇଥିଲେ। ଶେଷରେ ବରିଷ୍ଠ ଅଧ୍ୟାପକ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ଯ ମାନଙ୍କ ମଧ୍ୟରେ ସଂସ୍ଥାର ଚନ୍ଦ୍ର ଶେଖର ପୋଢ, ପଦ୍ମିନୀ କିସାନ, ସଭାପତି ଗୋମତୀ ଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ