ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର, କେନ୍ଦେଇଜୁରୀ, ଦେବଗଡ଼ ଦ୍ଵାବିଂଶତମ ବାର୍ଷିକ ଉତ୍ସବ
ଜମନକିରା : ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ କେନ୍ଦେଇଜୁରୀ ପଞ୍ଚାୟତ ସଦର ମହକୁମା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଦ୍ଵାବିଂଶତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦେଇଜୁରୀ ପଞ୍ଚାୟତର ସରପଞ୍ଚ ସବିତା ଛତ୍ରିଆ ମଞ୍ଚାସୀନ ଥିବା ବେଳେ ଅଧ୍ୟକ୍ଷ ପଦ୍ମନାଭ ମହାକୁଳ ସଭାରେ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟବକ୍ତା ଭାବରେ ଦେବଗଡ଼ ଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ରର ସଂଗଠକ ହୃଷିକେଶ ଦେହୁରୀ ଯୋଗଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉତ୍ସବରେ କ୍ଷମାସାଗର ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ ଅଶୋକ କୁମାର ସାହୁ, ସୁଦୀପ୍ତ ନାୟକ, ବିନୋଦ ସାହୁ, ହୃଦାନନ୍ଦ ପ୍ରଧାନ, ଧିରେନ କୁମାର ସାହୁ, ପ୍ରଫୁଲ୍ଲ କୁମାର ମହାକୁଳ ଯୋଗଦାନ କରିଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଗଣ ପୁରସ୍କାର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜଲକ୍ଷ୍ମୀ ପାତ୍ର, ଦଶମୀ ଛତ୍ରିଆ, ଆୟୁଷ ବେହେରା ପ୍ରମୁଖଙ୍କୁ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା। ବିଦ୍ୟାଳୟର ସମ୍ପାଦକ ପମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଶତାଧିକ ଅଭିଭାବକ ଓ ଅଭିଭାବିକା ଉପସ୍ଥିତ ଥିଲେ।

