Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାମ୍ବାଦିକ ଙ୍କୁ ହତ୍ୟା ଧମକ ଘଟଣା,ବସ କଣ୍ଡକ୍ଟର କୁ ଗିରଫ ଦାବି କଲେ ଗ୍ରାମାଞ୍ଚଳ ସାମ୍ବାଦିକ ସଙ୍ଘ

କୋକସରା:୨୮/୦୫ : ସାମ୍ବାଦିକଙ୍କୁ ବସ କଣ୍ଡକ୍ଟର ଙ୍କ ହତ୍ୟା ଧମକ କୋକସରା ପୋଲିସ ର ଦ୍ୱାରସ୍ଥ ହେଲେ ଗ୍ରାମାଞ୍ଚଳ ସାମ୍ବାଦିକ ସଙ୍ଘ ର କର୍ମକର୍ତ୍ତା।
ଶନିବାର ସକାଳେ ହାଇଦ୍ରାବାଦ ରୁ ଧର୍ମଗଡ କୁ ଆସୁଥିବା ଗୁପ୍ତା ନାମକ ଏକ ଘରୋଇ ବସ ରେ ବେନିୟମ ଭାବେ ବସ ର କ୍ଷମତା ରୁ ଅଧିକ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ପରିବାର ଙ୍କୁ ନେଇ ଆସୁଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଧର୍ମଗଡ ବ୍ଲକ ଅଞ୍ଚଳ ର ଜଣେ ଛାପା ଗଣମାଧ୍ୟମ ର ସାମ୍ବାଦିକ ସୁବାସ ବାଗ ଫୋଟୋ ଉତ୍ତୋଳନ କରୁଥିବା ଦେଖି ବସ ର କଣ୍ଡକ୍ଟର କୁଞ୍ଜବିହାରି ଚଳାନ ରାଗ ତମତମ ହୋଇ ଏହି ଖବର ସୋସିଆଲ ମିଡ଼ିଆ ରେ ଛାଡିବା ପାଇଁ ମନା କରିବା ପରେ ସାମ୍ବାଦିକ ଙ୍କ ସହ ଯୁକ୍ତିତର୍କ କରିଥିଲା ଓ ସାମ୍ବାଦିକ ଙ୍କୁ ଅଶ୍ଳୀଳ ଭାଷା ରେ ଗାଳି ଦେବାସହ ହତ୍ୟା ଧମକ ଦେଇଥିଲେ। ଏନେଇ ଶନିବାର ସାମ୍ବାଦିକ ସୁବାସ ବାଗ ଓ କୋକସରା ଧର୍ମଗଡ ବ୍ଲକ ର କାର୍ଯ୍ୟରତ ସାମ୍ବାଦିକ ମାନେ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ଙ୍କୁ ଭେଟି ସଂପୃକ୍ତ କଣ୍ଡକ୍ଟର ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେ। ଆଜି ଏହି ଘଟଣା କୁନେଇ ଗ୍ରାମାଞ୍ଚଳ ସାମ୍ବାଦିକ ସଙ୍ଘ ପକ୍ଷରୁ ମଧ୍ୟ କୋକସରା ଥାନା ଅଧିକାରୀ ଙ୍କୁ ଭେଟି ଦୋଷୀ କଣ୍ଡକ୍ଟର ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଗ୍ରାମାଞ୍ଚଳ ସାମ୍ବାଦିକ ସଙ୍ଘ ର ସଭାପତି ରବି ନାରାୟଣ ଚଳାନ, ସମ୍ପାଦକ ତୁଳସିରାମ ଛାତ୍ରୀଆ, ନିକୁଞ୍ଜ ଚଳାନ,ଚକ୍ରଧର ବେଶ୍ରା ଓ ଅନ୍ୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।

More Stories