Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

“ଓଡ଼ିଆ ପକ୍ଷ” ପାଳନ ଅବସରରେ କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।

ବଲାଙ୍ଗୀର, ୧୦।୪ : ସାରା ରାଜ୍ୟରେ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ “ଓଡ଼ିଆ ପକ୍ଷ” ପାଳନ କରାଯାଉଛି । ଏହି ଅବସରରେ ଆଜି କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । ଏହି ଶିବିରରେ ୧୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି l ସର୍ବ ପ୍ରଥମେ ସଂପୃକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ ରକ୍ତଦାନ କରି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଧରାଶ୍ରୀ ମହାନ୍ତି, ସୁନନ୍ଦା ରଥ, ଗ୍ରନ୍ଥାଗାର ରକ୍ଷକ ସନ୍ତୋଷ ମହାନ୍ତି, କର୍ମଚାରୀ ହିତେଶ ରଣା, ଛାତ୍ରୀ ରେଶମା ବିଶି, ନିଶା ପଧାନ, ବର୍ଷା ଘିବେଲା, ନିଲକାନ୍ତୀ ପାତ୍ର, ଅବନ୍ତିକା ଜେଶୱାଲ, ତିକେଶ୍ୱରି ପୂଜାହାରୀ, ନମିତା ମହାନନ୍ଦ, ଭଗବତୀ ସାହୁ, ଲକ୍ଷ୍ମୀ ପ୍ରଜ୍ଞା ହଂସ, ସନ୍ଧ୍ୟା ରାଣୀ ମେହେର, ପୂର୍ଣ୍ଣିମା ସାହୁ, ଜାଗୃତି ବେହେରା ଓ ଆସ୍ଥାନା ବାନୋ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ l ଏହି କାର୍ଯକ୍ରମରେ ଟିଟିଲାଗଡ ରକ୍ତ ଭଣ୍ଡାରର ଅଧିକାରୀ ଡକ୍ଟର ଓମକାର ହୋତା, ଲାବୋରେଟୋରୀ ଟେକନିସିଆନ ଅଚ୍ୟୁତାନନ୍ଦ ମହାପାତ୍ର, ଉପ ଚିକିତ୍ସା ପ୍ରଶାସକ ଜିତେନ୍ଦ୍ର କୁମାର ପଣ୍ଡା, ଆଟେଣ୍ଡେଣ୍ଡ ଜୟରାମ ମଛଖଣ୍ଡ ଓ ଚାଳକ ଅଶୋକ ଦୋରା ରକ୍ତ ସଂଗ୍ରହ କରିବାରେ ପ୍ରତ୍ୟକ୍ଷ ସହଯୋଗ କରିଥିଲେ l ଅନ୍ଯ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଓଡ଼ିଆ ପକ୍ଷ ନୋଡାଲ ଅଧିକାରୀ ଯୁଧିଷ୍ଠିର ବେହେରା, ଅଧ୍ୟାପକ ସୋମନାଥ ମେହେର, ଜିତେନ୍ଦ୍ର ସୁନା, ଅଧ୍ୟାପିକା ରଶ୍ମି ରାମିତା ମେହେର, ନୀରବତି ପଧାନ, ଖେଳ ଶିକ୍ଷୟତ୍ରୀ ରଞ୍ଜୁ ବନଛୋର, କର୍ମଚାରୀ ସନ୍ତୋଷ ତ୍ରିପାଠୀ, ବିବେକ ଭୂଷଣ ସାହୁ, ନାଜ୍ ନିନ ପର୍ମାର୍, ଗୀତା କୁମ୍ଭାର, ତପନ ସତାନାମି ପ୍ରମୁଖ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଯୁବ ରେଡକ୍ରସ ଓ ଜାତୀୟ ସେବା ସଂସ୍ଥାର ସ୍ୱେଚ୍ଛାସେବୀ ଛାତ୍ରୀ ମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା l ଶେଷରେ ଅଧ୍ୟକ୍ଷ ଶ୍ରୀ ପୁରୋହିତ ରକ୍ତଦାନ କରି ଏକ ମହତ୍ କାର୍ଯ୍ୟ କରିଥିବାରୁ ସମସ୍ତ ରକ୍ତଦାତା ଏବଂ ସମସ୍ତ ଅଂଶୀଦାରଙ୍କୁ ମହାବିଦ୍ୟାଳୟ ତରଫରୁ ଧନ୍ୟବାଦ ବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ମଧ୍ୟ ଏହିପରି ଶିବିର ଆୟୋଜନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories