Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜି କେ.ଭି ମହାବିଦ୍ୟାଳୟରେ “ଆସ ବହିଟିଏ କିଣିବା” କାର୍ଯ୍ୟକ୍ରମ ଆୟୋଜିତ।

ବଲାଙ୍ଗୀର,୧୧।୪:ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କେ.ଭି ମହାବିଦ୍ୟାଳୟ ଠାରେ ଓଡ଼ିଆ ପକ୍ଷ ଦିବସ ପାଳନ ଅବସରରେ “ଆସ ବହିଟିଏ କିଣିବା” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ଡ.ସଞ୍ଜୟ କୁମାର ମିଶ୍ରଙ୍କ ସଂଯୋଜନା କ୍ରମେ ଆୟୋଜିତ ସଭାରେ ପ୍ରଧ୍ୟାପକ ଯଶୋବନ୍ତ ମିଶ୍ର ମୁଖ୍ୟ ଅତିଥି, ଅଧ୍ୟାପକ ରୋହିତ କିଶୋର କୁମ୍ଭାର, କରୁଣା କର ନାଏକ, ଉର୍ମିଳା ସାହୁ ଓ ଉମେଶ ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ ବିଭିନ୍ନ ପୁସ୍ତକ କ୍ରୟ କରିଥିଲେ ।
ଆଜିର ଡିଜିଟାଲ ଯୁଗରେ ମଧ୍ୟ ପୁସ୍ତକ ପଠନ ଏକ ଜରୁରୀ ଓ ପବିତ୍ର କାର୍ଯ୍ୟ ଏବଂ ସମସ୍ତେ ପୁସ୍ତକ ପଠନରେ ବ୍ରତୀ ହେବା ଉଚିତ୍ ବୋଲି ମତ ପ୍ରକାଶ ପାଇଥିଲା । ଛାତ୍ର ଦୁଷ୍ମନ୍ତ ମହାନନ୍ଦ ଓ ଛାତ୍ରୀ ସ୍ଵୀକୃତି ମହାକୁର ପ୍ରମୁଖ ମଧ୍ୟ ପୁସ୍ତକ କ୍ରୟ ଓ ପଠନର ଉପକାରିତା ଉପରେ ନିଜ ନିଜ ମତ ରଖିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories