Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛେମୁଣ୍ଡା ଦରୋବାହାଲ ଠାରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ଛେମୁଣ୍ଡା ଦରୋବାହାଲ ଠାରେ ଆଜି ଅଖିଳ ଭାରତୀୟ ଗାୟତ୍ରୀ ପରିବାର ତରଫରୁ, ଗୁରୁମାତା ଭଗବତୀ ଦେବୀଙ୍କ ଜନ୍ମ ଶତାବ୍ଦୀର ପ୍ରଥମ ବର୍ଷ କାଯ୍ୟକ୍ରମ ପାଇଁ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପରିପେକ୍ଷୀରେ ପ୍ରାତଃ ସାଢେ଼ ୬ଟା ସମୟରେ ନିକଟସ୍ଥ ପୋଖରୀରୁ କଳସ ଯାତ୍ରା ଶୁଭାରମ୍ଭ ହୋଇ ସ୍ଥାପନା କରାଯାଇଥିଲା। ଏଥିରେ ଗାୟତ୍ରୀ ପରିବାରର ଆଞ୍ଚଳିକ କାର୍ଯ୍ୟାଳୟ ସଂଯୋଜକ ବାନାମ୍ବର ସର, ସବ୍ ଜୋନ ସଂଯୋଜକ ରଘୁମଣି ଦାଶ, ଗାୟତ୍ରୀ ଶକ୍ତି ପୀଠ ମୁଖ୍ୟ ଟ୍ରଷ୍ଟି ରାଜନ ପଟେଲ, ଜିଲ୍ଲା ସଂଯୋଜକ ମଦନ ପାତ୍ର, ବ୍ୟାସମଞ୍ଚ ସଞ୍ଚାଳନ ସନ୍ଧ୍ୟାରାଣୀ ଦୀକ୍ଷିତ ଓ ସୁଷମା ବାରିକ ଙ୍କ ଦ୍ଵାରା ପୁଜାକର୍ମ ଓ ଯଜ୍ଞ କାର୍ଯ୍ୟ କରିଥିବା ବେଳେ ସହଯୋଗୀ ଭାବେ ଭୂମି ସୂତା, ସୌଦାମିନୀ ମାଟାରୀ, ଗୀତାଞ୍ଜଳି ପ୍ରଧାନ, ସୁଜାତା ପ୍ରଧାନ, ତିଳୋତ୍ତମା ବାରିକ ଓ ପ୍ରତିମା କାଲୋ ପ୍ରମୁଖ ସହଯୋଗ କରିଥିଲେ। ବାଦ୍ୟ ଯନ୍ତ୍ରରେ ଶ୍ୟାମ ସୁନ୍ଦର ପୂଜାରୀ ଓ ଶ୍ରୀକାନ୍ତ ବାରିକ ବାଦ୍ୟ ପରିବେଷଣ କରିଥିଲେ। ଦେବ ଦମ୍ପତି ଭାବେ ଅରୁଣ ମହାକୁଲ୍ ଓ ତାଙ୍କ ଧର୍ମପତ୍ନୀ ମୋନାଲିସା ମହାଲୁଲ, କୁଳମଣି ପଧାନଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ପଧାନ, ଚିନ୍ତାମଣି ପଧାନ ଓ ତାଙ୍କ ଧର୍ମପତ୍ନୀ ନନ୍ଦିତା ପଧାନ, ଛବିଳ ସେଠୀ ଓ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ସେଠୀ, ନରୋତ୍ତମ ଭଇଁସା ଓ ତାଙ୍କ ଧର୍ମପତ୍ନୀ ସତ୍ୟଭାମା ଭଇଂସା ପ୍ରମୁଖ ହୋମ ଯଜ୍ଞରେ କର୍ତ୍ତା କର୍ତ୍ତି ଭାବେ ବସିଥିଲେ। ଏଥିରେ ଅନୁଷ୍ଠାନ ପକ୍ଷରୁ ଅମୃତ ମହାକୁଲ, ବାସନ୍ତୀ ମାହାକୁଲ, ସୋଭରାମ ପାଧନ, ଜୟଦେବ ଘଟୁଆଳ, ଗିରିଧାରୀ ଭୋଇ, ପାର୍ବତୀ ମହାପାତ୍ର, ମୀରା ସାହାଣୀ, କୁମୁଦିନୀ (ଟୁନି) ସାହାଣୀ, ରୀତା ଖଡ଼ିରତ୍ନ, ସାବିତ୍ରୀ ନାଏକ, ଶ୍ୱେତା ସାହୁ ଓ ଅର୍ଚ୍ଚିତା ସାହୁ ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ। ସ୍ଥାନୀୟ ଗ୍ରାମବାସୀ ଯୁବରାଜ ମହାକୁଳ, ଲେଲିନ କୁମାର ଭୋଇ, ମଣ୍ଟୁ ନାଏକ, ପ୍ରଭାତ କିସାନ, ଚିନ୍ତାମଣି ପଧାନଙ୍କ ସମେତ ବହୁ ମହିଳା ଓ ପୁରୁଷ ପରିଚାଳନାରେ ସହଯୋଗ କରିଥିଲେ। ଏହି ପଞ୍ଚକୁଣ୍ଡିୟ ମହାଯଜ୍ଞ ପୂର୍ବାହ୍ନ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁ ରହିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ