Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିନିମହୁଲ ଠାରେ ହନୁମାନ ମନ୍ଦିର ର ରତ୍ନମୁଦ ଓ ପ୍ରତିଷ୍ଠା ମହୋତ୍ସବ

ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଅନ୍ତର୍ଗତ ଚିନିମହୁଲ ଗାଁରେ ଆଜି ରବିବାର ପୂର୍ବାହ୍ନ ସାଢେ଼ ୭ଟା ସମୟରେ ହନୁମାନ ମନ୍ଦିର ର ରତ୍ନମୁଦ ଓ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂଜକ ଭାବେ ଅଚୂତା ନନ୍ଦ ନାଏକ ଏବଂ ମନ୍ଦିର ର ପୂଜକ ଓମ ପ୍ରକାଶ ମହାପାତ୍ର ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ରାଜୀବ ପଟେଲ ଓ ତାଙ୍କ ଧର୍ମପତ୍ନୀ ଶିଖାରାଣୀ ପଟେଲ ପୂଜା କର୍ମ ସମ୍ପାଦିତ କରିଥିଲେ। ଏଥିରେ ପଞ୍ଚାୟତ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଯୋଗଦାନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏଥିରେ ସରପଞ୍ଚ ବିଜୟ କୁମାର ନାଏକ, ମନୋରଞ୍ଜନ ନାଏକ, ପ୍ରଶାନ୍ତ ପଟେଲ, ଚିନ୍ତାମଣି ପଧାନ, ସୁଜିତ ବେହେରା, ଡୋଲାମଣି ବେହେରା, ଯଦୁମଣି ପଶାୟତ, ଶୁଭମ୍ ପଶାୟତ, ମନୋଜ କୁମୁରା, ସରୋଜ ବେହେରାଙ୍କ ସମେତ ଗାଁର ସମସ୍ତ ଶ୍ରଦ୍ଧାଳୁ ସାମିଲ ହୋଇ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ