Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଃସହାୟ କୁ ଉଦ୍ଧାର କଲ ସମ୍ବଲପୁର ସ୍ୱଇଚ୍ଛା ପରିବାର

ଜମନକିରା : ସମ୍ବଲପୁର ସଦର ମହକୁମାର ସ୍ୱଇଚ୍ଛା ପରିବାର ପକ୍ଷରୁ ଆଜି ଜଣେ ନିଃସହାୟ ବ୍ୟକ୍ତିକୁ ଉଦ୍ଧାର କରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନ ପଥ ଆଶ୍ରମରେ ଛଡାଯାଇଛି।
ସୂଚନା ଅନୁସାରେ, ଦୀର୍ଘ ସାତ ଆଠ ଦିନ ହେବ ସମ୍ବଲପୁର ପୁଟିବନ୍ଧ ନିକଟରେ ଜଣେ ଅସହାୟ ବ୍ୟକ୍ତି ଏଣେ ତେଣେ ଘୁରି ବୁଲୁଥିଲେ। ଏହି ଖବର ପାଇ ସ୍ୱଇଚ୍ଛା ପରିବାରର ସଦସ୍ୟମାନେ ଆଜି ସେଠାରେ ପହଂଚି ସମ୍ପୃକ୍ତ ବ୍ୟକ୍ତି ଜିତୁଙ୍କୁ ଉଦ୍ଧାର କରି ପ୍ରଥମେ ତାଙ୍କୁ ଅଟୋ ଯୋଗେ ନେଇ ମୁନିସିପାଲିଟି ଅଫିସ ସ୍ଥିତ ଜୀବନ ପଥ ଆଶ୍ରମରେ ଛାଡ଼ିଥିଲେ। ପରେ ପ୍ରାଥମିକ ସ୍ତରରେ ତାଙ୍କୁ କିଛି ପୋଷାକ ସହ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦେଇଥିଲେ। ଜିତୁଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ୱାଭାବିକ ନଥିଲା। ଅସୁସ୍ଥ ଜଣା ପଡୁଥିଲା। ତେଣୁ ତାଙ୍କୁ ଅତିଶୀଘ୍ର ହସ୍ପିଟାଲରେ ଆଡମିଟ କରିବା ପାଇଁ ଅନୁଷ୍ଠାନ କୁ ଅନୁରୋଧ କରାଯାଇଥିବା ନେଇ ସ୍ୱଇଚ୍ଛା ପରିବାର ର ସଦସ୍ୟ ଆର୍ତ୍ତତ୍ରାଣ ଶତପଥୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଏହି ମହତ କାମରେ ସ୍ୱଇଚ୍ଛା ପରିବାର ର ଶତପଥୀ ଙ୍କ ସମେତ ରୀନାରାଣୀ ବାରିକ, ଦିଲ୍ଲୀପ ପଣ୍ଡା, ଦିବାକର ବାରିକ ଏବଂ ବିନୋଦ ଦିଘା ପ୍ରମୁଖ ସମସ୍ତ ସାହାର୍ଯ୍ୟ ସହଯୋଗ ଯୋଗାଇ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ