Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଦୂଷଣ ମୁକ୍ତ ସଚେତନତା ବାର୍ତ୍ତା ତଥା ଭାରତ ଗଠନ ଉଦ୍ଦେଶ୍ୟରେ ସାଇକେଲ ଯାତ୍ରା

ଜମନକିରା : ଜମନକିରା ବ୍ଲକରେ ଆଜି ସୁସ୍ଥ ଏବଂ ପ୍ରଦୂଷଣ ମୁକ୍ତ ଭାରତ ଗଠନ ପାଇଁ ରାମ ପ୍ରସାଦ ନସକର (୩୫) ନାମକ ଜଣେ ବ୍ୟକ୍ତି କଲିକତା ରୁ ଓଡ଼ିଶା କୁ ସଚେତନତାର ବାର୍ତ୍ତା ନେଇ ସାଇକେଲ ଯାତ୍ରାରେ ବାହାରିଛନ୍ତି। ସେ ୨୦୧୪ ମସିହାରୁ ଏପରି ସଚେତନତା ବାର୍ତ୍ତା ନେଇ ସାଇକେଲରେ ସାରା ଭାରତ ପରିଭ୍ରମଣ କରି ସାରିଲେଣି। ଏବେ କିଛି ଦିନ ପୂର୍ବରୁ ସେ ୱେଷ୍ଟବେଙ୍ଗଲ ସୁବାସ ଚନ୍ଦ୍ର ବୋଷ ଙ୍କ ଜନ୍ମ ଭୂମି ସୁବାସ ଗ୍ରାମରୁ ବାହାରିଛନ୍ତି। ରାମ ପ୍ରସାଦଙ୍କର ଏହି ସାଇକେଲ ଯାତ୍ରା ଆଜି ସମ୍ବଲପୁର ଜିଲ୍ଲା ଜମନକିରାରେ ପହଞ୍ଚିଥିଲା। ଏହି ଅବସରରେ ଓଡ଼ିଶା ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପ୍ରସାଦ ଦାନୀ ତାଙ୍କୁ ସ୍ବାଗତ ସମ୍ମାର୍ଦ୍ଧନା ଜଣାଇ ତାଙ୍କର ଆର୍ଥିକ ଓ ମାନସିକ ସେବା ପ୍ରଦାନ କରିଥିଲେ। ଏଥିରେ ଶ୍ରୀ ରାମ ପ୍ରସାଦ କୃତଜ୍ଞତା ଜଣେଇଥିଲେ। ସେ ଆହୁରି କହିଛନ୍ତି, ଯେ ସାଇକେଲ ଯାତ୍ରା କରିବା ଦ୍ୱାରା ଏକ ସୁସ୍ଥ ଏବଂ ପ୍ରଦୂଷଣ ମୁକ୍ତ ଭାରତ ଗଠନ କରାଯାଇପାରିବ। ସାଇକେଲ ବ୍ୟବହାର କଲେ ଆର୍ଥିକ ଗଚ୍ଛିତ ହେବା ସହିତ ପ୍ରଦୂଷଣ ମୁକ୍ତ ହେବ ଏବଂ ଶରୀର ମଧ୍ୟ ସୁସ୍ଥ ରହିବ ବୋଲି କହିଥିଲେ। ପରେ ବରଗଡ ଅଭିମୁଖେ ଯାତ୍ରା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ