Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ରେ ରେଣ୍ଡୋ ମାଝୀ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବୈଠକ ଅନୁଷ୍ଠିତ।

କୋକସରା:୨୯/୦୫ : ଲଡୁଗାଁ ଠାରେ ସହିଦ ରେଣ୍ଡୋ ମାଝୀ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବୈଠକ ଅନୁଷ୍ଠିତ।
ଆଦିବାସୀ ଜନଜାତି ର ବରପୁତ୍ର ସ୍ୱାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ଙ୍କ ଏକ ପ୍ରତିମୂର୍ତ୍ତି ଲଡୁଗାଁ ସହର ରେ ସ୍ଥାପନ କରିବା ପାଇଁ ରବିବାର ଲଡୁଗାଁ ଗ୍ରାମର ଅଵସର ପ୍ରାପ୍ତ ବନ କର୍ମଚାରୀ ଲକ୍ଷ୍ମଣ ଶବର ଙ୍କ ଆହ୍ବାନ କ୍ରମେ ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଲଡୁଗାଁ ର ବୟୋଜ୍ୟେଷ୍ଠ ପ୍ରଫୁଲ୍ଲ ମାଝୀ ଙ୍କ ସଭାପତିତ୍ୱ ରେ କୋକସରା ବ୍ଲକ ର ବିଭିନ୍ନ ଅଞ୍ଚଳ ରୁ ଆଦିବାସୀ ସମ୍ପ୍ରଦାୟର ଜନ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ବନମାଳୀ ମାଝୀ ଯୋଗଦେଇ ସହିଦ ରେଣ୍ଡୋ ମାଝୀ ଥିଲେ ଆଦିବାସୀ ଜନଜାତି ଓ ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବ, ତାଙ୍କର ବଳିଦାନ ପାଇଁ ଆଜି ଆମେ ସ୍ୱାଧୀନତା ପାଇଛୁ।ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବା ତାଙ୍କ ପାଇଁ ଆମର ଉତ୍ସର୍ଗୀକୃତ ମନୋଭାବ ହେବ ବୋଲି ମତ ଦେଇଥିଲେ। ସଂଗ୍ରାମୀ ଆଦିବାସୀ ନେତା ରେଣ୍ଡୋ ମାଝୀ ଙ୍କ ପ୍ରତିମୁର୍ତ୍ତି ଲଡୁଗାଁ ରେ ସ୍ଥାପନ କରିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଆଗତ ହୋଇ ଗୃହୀତ ହୋଇଥିଲା।କୋକସରା ପଞ୍ଚାୟତ ସମିତି ଅନ୍ତର୍ଗତ ଆଦିବାସୀ ସମ୍ପ୍ରଦାୟ ର ଜନ ପ୍ରତିନିଧି ଘନଶ୍ୟାମ ନାଏକ, କ୍ଷିତି ରାମ ପାତ୍ର, ବ୍ରଜ କିଶୋର ନାଏକ,ମୁକ୍ତେଶ୍ଵର ନାଏକ, ଅକ୍ଷୟ ନାଏକ, ରୁଦ୍ର ପ୍ରସାଦ ନାଏକ, ମନୋରଞ୍ଜନ ବାଣୁଆ, କେତନ ପାତ୍ର ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ