Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଆଇପିଏଲ୍‌ ମହା ମୁକାବିଲା; ମୁହାଁମୁହିଁ ହେବେ ‌ଚେନ୍ନାଇ-ଗୁଜରାଟ

ନୂଆଦିଲ୍ଲୀ: ଆଜି ଆଇପିଏଲ୍‌ ମହା ମୁକାବିଲା। ମୁହାଁମୁହିଁ ହେବେ ‌ଚେନ୍ନାଇ ସୁପରକିଙ୍ଗସ ଓ ଗୁଜରାଟ ଟାଇଟନ୍ସ। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ । ଗତକାଲି ବର୍ଷା ଯୋଗୁ ଆଇପିଏଲ ଫାଇନାଲରେ ବାଧା ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ ମ୍ୟାଚ୍ ବାତିଲ କରିବାକୁ ପଡ଼ିଥିଲା।

ତେବେ ଦୁଇ ଦଳ ମଧ୍ୟରେ ହେବ କଡା ଟକ୍କର। ଦୁଇ ଅଧିନାୟକ ନିଜର ବିଚକ୍ଷଣ ରଣନୀତି ପାଇଁ ବେଶ୍ ପରିଚିତ । ଚେନ୍ନାଇ ଏଯାଏଁ ୪ ଥର ଆଇପିଏଲ ଟ୍ରଫି ଜିତିବାରେ ସଫଳ ହୋଇଛି। ତେବେ ଏଥର କାହା ହାତକୁ ଯିବ ଆଇପିଏଲ ଟ୍ରଫି ତାକୁ ନେଇ ପ୍ରଶଂସକ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।